ETV Bharat / city

ପିପିଲିରେ ବିଜେଡିର ଏକପାଖିଆ ବିଜୟ ହେବ: ସଞ୍ଜୟ ଦାସବର୍ମା - sanjay dasburma reaction

ଉପନିର୍ବାଚନରେ ପିପିଲିବାସୀଙ୍କ ଗୋଟିଏ ଗୋଟିଏ ଭୋଟ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା। ଅଧିକ ପଢ଼ନ୍ତୁ...

ପିପିଲିରେ ବିଜେଡିର ଏକପାଖିଆ ବିଜୟ ହେବ:ସଞ୍ଜୟ ଦାସବର୍ମା

author img

By

Published : Apr 1, 2021, 1:03 PM IST

ଭୁବନେଶ୍ବର: ‘ଉପନିର୍ବାଚନରେ ପିପିଲିବାସୀଙ୍କ ଗୋଟିଏ ଗୋଟିଏ ଭୋଟ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ।’ ଏହା କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା। ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେବା ଅବସରରେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ପିପିଲି ଚାଷୀଙ୍କ ପାଇଁ ପ୍ରଦୀପ ମହାରଥୀଙ୍କ ଅନେ ଅବଦାନ ରହିଥିଲା ବୋଲି ସେ କହିଛନ୍ତି।

ପିପିଲିରେ ବିଜେଡିର ଏକପାଖିଆ ବିଜୟ ହେବ:ସଞ୍ଜୟ ଦାସବର୍ମା

ପିପିଲି ନିର୍ବାଚନ ପ୍ରସଙ୍ଗକୁ ନେଇ ପ୍ରଶ୍ନର ଉତ୍ତରେ ସେ କହିଛନ୍ତି ଯେ, "ଜଳସେଚନ ଏବଂ ଜଳ ନିଷ୍କାସନ ପାଇଁ ପ୍ରଦୀପ ମହାରଥୀ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ବହୁତ କେନାଲ କରିଥିଲେ। ଯାହା ଫଳରେ ପିପିଲି ଡେଲାଙ୍ଗ ଚାଷୀମାନେ ଦୁଇ ଦୁଇଟି ଫସଲ କରୁଛନ୍ତି। ଏକ ଲମ୍ବା ସମୟ ପାଇଁ ସେ ବିଧାନସଭାରେ ପ୍ରତିନିଧିତ୍ଵ କରିଛନ୍ତି। ତାଙ୍କ ସମୟରେ ପିପିଲି ଡେଲାଙ୍ଗର ସାମଗ୍ରିକ ବିକାଶ ହୋଇଛି। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହୋଇଛି।"

ନବୀନ ବାବୁଙ୍କ ସରକାରର ରାଜ୍ୟର ବିକାଶକୁ ହେଉଛି। ଡେଲାଙ୍ଗ ପିପିଲିର ବୁଦ୍ଧିଜୀବୀମାନେ ବିକାଶ ସହ ଯୋଡିହେବେ। ପ୍ରଦୀପ ମହାରଥୀ ଅଧୁରା କାମକୁ ଗତିଶୀଳ କରିବା ପାଇଁ ପିପିଲିବାସୀ ରୁଦ୍ର ମହାରଥୀଙ୍କୁ ଭୋଟ ଦେବେ। ପିପିଲିରେ ବିଜେଡିର ଏକପାଖିଆ ବିଜୟ ହେବ ବୋଲି ଦୃଢୋକ୍ତି ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା।

ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେପେଟ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟାନାୟକ ପିପିଲି ବିଧାନସଭା ଆସନ ପାଇଁ ନାମାନଙ୍କନ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ଅଜିତ ମଙ୍ଗରାଜ ଦଳ ପିପିଲି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଭୁବେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.