ETV Bharat / city

ସଭାପତି ଯାହାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବେ, ଦଳ ତାଙ୍କୁ ସମର୍ଥନ କରିବ: ଅନନ୍ତ

ବାଜିଲାଣି ପୌର ନିର୍ବାଚନ ବିଗୁଲ । ସଜବାଜ ଆରମ୍ଭ କଲେଣି ବିଭିନ୍ନ ରାଜନୈତିକ ଦଳ । ପ୍ରାର୍ଥୀ ଚୟନ ଲାଗି ଅଣ୍ଟା ଭିଡ଼ିଲେଣି ଦଳୀୟ ନେତା । ଏଥିପାଇଁ ଶାସକ ଦଳ ବିଜେଡି ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଅଧିକ ପଢ଼ନ୍ତୁ

ସଭାପତି ଯାହାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବେ, ଦଳ ତାଙ୍କୁ ସମର୍ଥନ କରିବ: ଅନନ୍ତ
ସଭାପତି ଯାହାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବେ, ଦଳ ତାଙ୍କୁ ସମର୍ଥନ କରିବ: ଅନନ୍ତ
author img

By

Published : Feb 23, 2022, 10:45 PM IST

ଭୁବନେଶ୍ବର: ବାଜିଲାଣି ପୌର ନିର୍ବାଚନ ବିଗୁଲ ! ସଜବାଜ ଆରମ୍ଭ କଲେଣି ବିଭିନ୍ନ ରାଜନୈତିକ ଦଳ । ପ୍ରାର୍ଥୀ ଚୟନ ଲାଗି ଅଣ୍ଟା ଭିଡ଼ିଲେଣି ଦଳୀୟ ନେତା । ଏଥିପାଇଁ ଶାସକ ଦଳ ବିଜେଡି ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ତେବେ କେଉଁ ପୌରରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଏବେ ନାନା ଆଲୋଚନା ଆରମ୍ଭ ହୋଇଛି । ବିଶେଷ କରି ଭୁବନେଶ୍ବର ମେୟର ପଦବୀ ପାଇଁ କିଏ ପ୍ରାର୍ଥୀ ହେବ ତାହାରି ଉପରେ ରହିଛି ସଭିଙ୍କ ନଜର । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।

ସଭାପତି ଯାହାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବେ, ଦଳ ତାଙ୍କୁ ସମର୍ଥନ କରିବ: ଅନନ୍ତ

ଅନନ୍ତ କହିଛନ୍ତି ଯେ, "ନିର୍ବାଚନ ଯେବେଠାରୁ ଶେଷ ହୁଏ ସେବେଠାରୁ କାର୍ଯ୍ୟ ଆରମ୍ଭ କରନ୍ତି ଦଳର ନେତା ଓ କର୍ମୀ । ବିଜେଡି ସଭାପତିଙ୍କ ମତରେ ଯେଉଁମାନେ ଯେଉଁ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି କି ଜିତିଛନ୍ତି, ସେମାନେ ନିର୍ବାଚନ ପର ଦିନଠାରେ ସେଠାକୁ ଯିବେ । ତେଣୁ ନିର୍ବାଚନ ପରେ ଦିନଠାରୁ ଆମେ ସବୁବେଳେ ଲୋକଙ୍କ ସହ ମିଶିଛୁ । ଅଞ୍ଚଳ ସହିତ ଜଡ଼ିତ ହୋଇଛୁ । ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ ।"

ଲୋକଙ୍କ ବିପଦ ଆପଦରେ ବିଜେଡି ଠିଆ ହୋଇଛି । ଲୋକଙ୍କ ପାଖରେ ଯୋଜନା ପହଞ୍ଚିଛି । ଯେବେ ନିର୍ବାଚନ ଘୋଷଣା ହେବ । ବିଜେଡି ଲଢ଼ିବ ଓ ଜିତିବ ବୋଲି କହିଛନ୍ତି ଅନନ୍ତ ନାରାୟଣ ଜେନା । ବିଜେଡି ସୁପ୍ରିମୋ ଯାହା ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବେ, ଦଳ ତାଙ୍କୁ ସମର୍ଥନ କରିବ ବୋଲି କହିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.