ଭୁବନେଶ୍ୱର: ଦିନ 2.30 ସୁଦ୍ଧା ବିଜେଡି ସପକ୍ଷରେ ରହିଛି ଭୋଟ ଗଣତି ଟ୍ରେଣ୍ଡ । ପୁରୀ, ଜଗତସିଂହପୁର, ଭଦ୍ରକ, ଦେବଗଡ଼, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼ ,ସୋନପୁର ଭଳି 10ଟି ଜିଲ୍ଲାରେ ବିଜୁ ଜନତା ଦଳ ସମସ୍ତ ଜିଲ୍ଲା ପରିଷଦ ସିଟ୍ ପୋଛି ନେବାକୁ ବସିଥିବା ଟ୍ରେଣ୍ଡ ଦେଖାଦେଇଛି ।
ବର୍ତ୍ତମାନ ସୁଦ୍ଧା 315ଟି ଆସନ ମଧ୍ୟରୁ 270ରେ ବିଜେଡି ଟ୍ରେଣ୍ଡ ଆଗୁଆ ରହିଛି । ଏ କ୍ଷେତ୍ରରେ ବିଜେପି ବହୁ ପଛରେ ପଡ଼ି ଯାଇଛି। ବିଜେପି ମାତ୍ର 24 ଆସନରେ ଆଗରେ ରହିଛି। କଂଗ୍ରେସ ମଧ୍ୟ ବିଜେପି ପଛକୁ ମାତ୍ର 15 ଆସନରେ ଆଗୁଆ ରହିଛି । ଅନ୍ୟ ସ୍ୱାଧୀନ ବା ଅନ୍ୟାନ 6 ଟି ଆସନରେ ଆଗୁଆ ରହିଛନ୍ତି।
ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ