ETV Bharat / city

Panchayat Vote Counting: ୭୬୨ଟି ଆସନରେ ବିଜେଡିର ବିଜୟ ଓ ଟ୍ରେଣ୍ଡ

author img

By

Published : Feb 28, 2022, 8:25 PM IST

ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ବିଜେଡି ୭୬୨ଟି ଆସନରେ ବିଜୟ ଓ ଟ୍ରେଣ୍ଡରେ ରହିଛି । ଅଧିକ ପଢ଼ନ୍ତୁ

Panchayat Vote Counting: ୭୬୨ଟି ଆସନରେ ବିଜେଡିର ବିଜୟ ଓ ଟ୍ରେଣ୍ଡ
Panchayat Vote Counting: ୭୬୨ଟି ଆସନରେ ବିଜେଡିର ବିଜୟ ଓ ଟ୍ରେଣ୍ଡ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ବିଜେଡି ୭୬୨ଟି ଆସନରେ ବିଜୟ ଓ ଟ୍ରେଣ୍ଡରେ ରହିଛି । ସେହିଭଳି ବିରୋଧୀ ବିଜେପି ମାତ୍ର ୪୪ ଆସନରେ ବିଜୟ ଓ ଟ୍ରେଣ୍ଡରେ ରହିଛି । କଂଗ୍ରେସ ମଧ୍ୟ ବିଜେପିକୁ ବରାବର ଟକ୍କର ଦେଇ ୩୮ ଆସନରେ ବିଜୟ ଓ ଟ୍ରେଣ୍ଡରେ ରହିଛି ।

୭ଟି ଆସନରେ ଅନ୍ୟ ଦଳୀୟ କିମ୍ବା ସ୍ବାଧୀନ ପ୍ରାର୍ଥୀ ବିଜୟ ଓ ଟ୍ରେଣ୍ଡରେ ରହିଛନ୍ତି । ଅନ୍ତିମ ପର୍ଯ୍ୟାୟରେ ୨୩୦ ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ତୃତୀୟ ଦିନରେ ଲଗାତାର ବିଜେଡି ଟ୍ରେଣ୍ଡରେ ରହି ବିଜେପିର ସମସ୍ତ ଅଙ୍କକୁ ଭୁଲ ପ୍ରମାଣିତ କରିଛି । ସେପଟେ ଅଧିକାଂଶ ଆସନରେ ବିଜୟ କିମ୍ବା ବିଜୟ ସୁନିଶ୍ଚିତ ହେବାପରେ ବିଜେଡି କ୍ୟାମ୍ପରେ ଉତ୍ସବର ମାହୋଲ ରହିଛି ।

ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା । ତେବେ ତାହା ଭୁଲ ପ୍ରମାଣିତ ହୋଇଛି । ସେପଟେ ବିଜେଡି ସଫଳ ହେବାପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତୁଙ୍ଗ ନେତା ବିଜେଡି ସୁପ୍ରିମୋଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.