ETV Bharat / city

ଜନସମ୍ପର୍କ ଯାତ୍ରାରେ ‘5T’ ଓ ‘ମୋ ସରକାର’କୁ ଗୁରୁତ୍ବ; ନେତା ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଅକ୍ଟୋବର 2ତାରିଖ ଠାରୁ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯିବ । ଏନେଇ ବିଜେଡିର ତୃଣମୂଳ ସ୍ତରରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଡିଜାଇନ ଫଟୋ
author img

By

Published : Sep 20, 2019, 6:44 PM IST

Updated : Sep 20, 2019, 7:10 PM IST

ଭୁବନେଶ୍ବର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜେଡି ପକ୍ଷରୁ ‘ଜନ ସମ୍ପର୍କ ପଦଯାତ୍ରା’ ପାଳନ କରାଯିବ । ଏହାସହ ଅକ୍ଟୋବର 2ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର 11 ତାରିଖ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ପାଳନ କରିବ ବିଜେଡି । ଏହା ପୂର୍ବରୁ ବିଜେଡି ପକ୍ଷରୁ ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକସ ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ପ୍ରମୁଖ ଦଳୀୟ ସଂଗଠନ ମାନଙ୍କର ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତି, ପର୍ଯ୍ୟବେକ୍ଷଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

bjd-to-start-jana-sampark-padayatra
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠାରେ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ, ଅକ୍ଟୋବର 9 ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଓ ଅକ୍ଟୋବର 11 ତାରିଖରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ କରାଯିବ ବୋଲି କହିଛି ବିଜେଡି । ସେହିପରି ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଶେଷ କରି ଯୁବକ, ଛାତ୍ର ଏବଂ ମହିଳାମାନଙ୍କୁ ଉତ୍ସାହିତ କରାଯିବ । ପ୍ରଶାସନିକ ବ୍ୟବସ୍ଥାକୁ ଅଧିର ସ୍ବଚ୍ଛ ଏ କ୍ରିୟାଶୀଳ କରାଇବା ଉଦ୍ଦେଶ୍ୟରେ 5T ଓ ମୋ ସରକାର ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହାପୂର୍ବରୁ ସବୁ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଙ୍କୁ ଚଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅକ୍ଟୋବର 2ରୁ ଅକ୍ଟୋବର 11 ଜୟପ୍ରକାଶ ଜୟନ୍ତୀ ଯାଏ ଚାଲିବ ପଦଯାତ୍ରା। ଏଥର ୱାର୍ଡ ସ୍ତରରେ ପାଳନ ହେବ ପଦଯାତ୍ରା। ଏହି ସମୟରେ ସବୁଠି ଗାନ୍ଧୀ ଜୟନ୍ତୀ, ଗୋପବନ୍ଧୁ ଜୟନ୍ତୀ ଓ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ କରାଯିବ। ବିଜେଡିର ପଦଯାତ୍ରା ସହିତ ସଭ୍ୟ ସଂଗ୍ରହ ଅଭିଯାନ ବି ଜାରି ରହିବ। ତେବେ ପଦଯାତ୍ରା ବେଳେ ସରକାରଙ୍କ 5T, ମୋ ସରକାର ଭଳି ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଲକ୍ଷ ରଖାଯାଇଛି। ୱାର୍ଡ ସ୍ତରରେ ଖେତ୍ରୀୟ ସଂଯୋଜକ, ବ୍ଲକ ସ୍ତରରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଂଯୋଜକ, ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ସ୍ତରରେ ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଉପସ୍ଥିତ ରହିବେ। Body:ହହConclusion:
Last Updated : Sep 20, 2019, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.