ETV Bharat / city

ଆୱାର୍ଡ ଗ୍ରହଣ କରି ଶୋଭାଯାତ୍ରା ଦାୟିତ୍ୱହୀନତାର ପରିଚୟ: କଂଗ୍ରେସ

author img

By

Published : Sep 2, 2022, 8:59 AM IST

ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(BJD to organize a rally for CM Naveen ) । ଏହାପରେ ଦିଲ୍ଲୀ ଓ ଭୁବନେଶ୍ବରରେ ଶୋଭାଯାତ୍ରା କରିବ ବିଜେଡି । ଏହାକୁ ସମାଲୋଚନା କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଆୱାର୍ଡ ଗ୍ରହଣ କରି ଶୋଭାଯାତ୍ରା ଦାଇତ୍ୱହୀନତାର ପରିଚୟ: କଂଗ୍ରେସ

ଭୁବନେଶ୍ବର: ନବୀନଙ୍କୁ ମିଳିବ ଆୱାର୍ଡ, ଦିଲ୍ଲୀ ଓ ଭୁବନେଶ୍ବରରେ ଶୋଭାଯାତ୍ରା କରିବ ବିଜେଡି । (BJD to organize a rally for CM Naveen )ଏନେଇ ଗଣ୍ଡେ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ବ ଦେଇଛି ଦଳ । ସେପଟେ ମହିଳା ବିରୋଧୀ ଅପରାଧ ବଢିଥିବା ବେଳେ ବିଜେଡିର ଶକ୍ତି ପ୍ରଦର୍ଶନକୁ ସମାଲୋଚନା କରିଛି କଂଗ୍ରେସ ।

ଆସନ୍ତା 4 ତାରିଖରେ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମାନିତ ହୋଇ 6 ତାରିଖରେ ଓଡ଼ିଶା ଫେରିବେ ବିଜେଡି ସୁପ୍ରିମୋ । ତେବେ ଦିଲ୍ଲୀ ଓ ଭୁବନେଶ୍ବରରେ ଭବ୍ୟ ସ୍ବାଗତ ଶୋଭାଯାତ୍ରା କରିବାକୁ ଯୋଜନା କରିଛି ଦଳ । ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ସାଂସଦ ଓ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି । ଦିଲ୍ଲୀରେ ପ୍ରାୟ 5 ହଜାର ଲୋକଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବ ବିଜେଡି । ଏହା ସହ ଭୁବନେଶ୍ବରରେ 50 ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରା କରିବାକୁ ବିଜେଡି ଯୋଜନା କରିଛି ।

ଏନେଇ ଦଳର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, "ଦଳ ପକ୍ଷରୁ କିଛି ବିଧାୟକଙ୍କୁ ଦିଲ୍ଲୀ ପଠାଯାଇଛି । ଏହାସହ ସାଂସଦ, ବିଧାୟକ ଓ ଦଳର ଯୁବ, ଛାତ୍ର, ମହିଳା କର୍ମକର୍ତ୍ତାଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ 6 ତାରିଖରେ ନବୀନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯିବ । ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଆଖପାଖ ଜିଲ୍ଲାରୁ କର୍ମକର୍ତ୍ତା ଭୁବନେଶ୍ବର ଆସିବେ ।"

ସେପଟେ ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ସେ କହିଛନ୍ତି, "ନବୀନ ପୁରସ୍କାର ପାଉଛନ୍ତି ଆମର କିଛି ଆପତ୍ତି ନାହିଁ । କିନ୍ତୁ ଯେତେବେଳେ ନିଜ ରାଜ୍ୟର ମହିଳା ମାନେ ଅଧିକ ନିର୍ଯାତିତ । ଅପରାଧର ଶିକାର ହେଉଛନ୍ତି । ଶିଶୁ ମାନେ ସବୁଠାରୁ ଅଧିକ ଅସୁରକ୍ଷିତ । ସେହି ସମୟରେ ଏହି ପୁରସ୍କାର ସ୍ୱୀକାର କରିବା ଓ ଜାକଜମକରେ ବିରାଟ ଶୋଭାଯାତ୍ରା କରିବା ଦରଦହୀନତାକୁ ଦର୍ଶାଉଛି । ବିଜେଡିର ଉତ୍ତରଦାୟିତ୍ୱ ପ୍ରତି ନିଷ୍ଠା ନାହିଁ । ନହେଲେ ଆୱାର୍ଡ ଗ୍ରହଣ କରି ପର୍ବ ପାଳନ କରିନଥାନ୍ତେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.