ETV Bharat / city

‘ନାରୀ ସୁରକ୍ଷାକୁ ନେଇ ମାନସିକତା ବଦଳାନ୍ତୁ ଗୋଆ ସରକାର’

author img

By

Published : Jul 30, 2021, 7:18 PM IST

ଗୋଆ ବିଚରେ ଦୁଇ ନାବାଳିକାଙ୍କ ଗଣଦୁଷ୍କର୍ମକୁ ନେଇ ଅଭିଭାବକଙ୍କୁ ଦୋଷ ଦେଇଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଏହାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ଅଧିକ ପଢ଼ନ୍ତୁ...

'ଗୋଆ ମୁଖ୍ୟମନ୍ତ୍ରୀଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ'

ଭୁବନେଶ୍ବର: ଗୋଆ ବିଚରେ ଦୁଇ ନାବାଳିକାଙ୍କ ଗଣଦୁଷ୍କର୍ମକୁ ନେଇ ଅଭିଭାବକଙ୍କୁ ଦୋଷ ଦେଇଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ ସମାନତାର କଥା କହୁଥିବା ସରକାର ଝିଅଙ୍କ ବାହାରେ ବୁଲିବା ଉପରେ ପ୍ରଶ୍ନ କରିଛନ୍ତି । ସରକାରରେ ରହି ମହିଳାଙ୍କ ସୁରକ୍ଷା ଓ ସମାନତାର ଦାୟିତ୍ୱ ବାପାମାଆଙ୍କ ଉପରେ ଲଦି ଦେଇଛନ୍ତି । ଏହାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି ।

ବିଜେଡି ମୁଖପାତ୍ର ସୁଲତା ଦେଓ ଗୋଆ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, "ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ନାରୀ ସୁରକ୍ଷାକୁ ନେଇ ସରକାରଙ୍କ ମାନସିକତାକୁ ବଦଳାଇବାର ଆବଶ୍ୟକତା ରହିଛି।"

କେବଳ ବିଜେଡି ନୁହେଁ ଗୋଆ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ରାଜ୍ୟରେ ସାମାଜିକ କର୍ମୀ ମଧ୍ୟ ନାପସନ୍ଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଳି ପଦବୀରେ ରହି ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ ବାବଦରେ ପ୍ରମୋଦ ସାୱନ୍ତଙ୍କ ବୟାନ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛିନ୍ତି ସାମଜିକକର୍ମୀ । ଲୋକଙ୍କର ଆବଶ୍ୟକତାକୁ ପୁରା କରୁଥିବା ସରକାର ସୁରକ୍ଷା ପ୍ରତିବି ସର୍ବଦା ଯତ୍ନବାନ ହେବାର ଆବଶ୍ୟକ ରହିଛି । ତେଣୁ ନିଜର ସୁରକ୍ଷା ନିଜେ କରିବା ସହ ପିତାମାତାଙ୍କୁ ସତର୍କ ଓ ସଜାଗ ରହିବାର ଆବଶ୍ୟକତା ରହିଛି । ନହେଲେ ଯେଉଁଠି ଦେଶ ବା ରାଜ୍ୟର ମହିଳାଙ୍କର ସୁରକ୍ଷାକୁ ନେଇ ସରକାର ନିଜର ଦାୟିତ୍ବହୀନତା ରଖୁଛନ୍ତି ସେଠି ଜଣେ ପର୍ଯ୍ୟଟକ କିଭଳି ସୁରକ୍ଷିତ ମନେକରିବ ବୋଲି ପ୍ରଶ୍ନ କରିଛନ୍ତି ସାମାଜିକ କର୍ମୀ ଋତୁପର୍ଣ୍ଣା ମହାନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.