ETV Bharat / city

ଆସନ୍ତା ନିର୍ବାଚନରେ ସଫା ହୋଇଯିବେ ବିରୋଧୀ: ପ୍ରମିଳା - cow dung water outside odisha Assembly

ବିଜେପିକୁ ବିଜେଡିର କାଉଣ୍ଟର (BJD Counter Attack on bjp) ଆଟାକ୍ । ବିଜେପିର ଗୋବର ପାଣିରେ ବିଧାନସଭା ଶୋଧନକୁ ନେଇ କଡା ଜବାବ ଦେଇଛି ବିଜେଡି । ଅଧିକ ପଢନ୍ତୁ

ଆସନ୍ତା ନିର୍ବାଚନରେ ସଫା ହୋଇଯିବେ ବିରୋଧୀ
ଆସନ୍ତା ନିର୍ବାଚନରେ ସଫା ହୋଇଯିବେ ବିରୋଧୀ
author img

By

Published : Dec 3, 2021, 4:22 PM IST

Updated : Dec 3, 2021, 5:23 PM IST

ଭୁବନେଶ୍ବର: ବିଜେପିକୁ ବିଜେଡିର କାଉଣ୍ଟର (BJD Counter Attack on bjp) ଆଟାକ୍ । ବିଜେପିର ଗୋବର ପାଣିରେ ବିଧାନସଭା ଶୋଧନକୁ ନେଇ କଡା ଜବାବ ଦେଇଛି ବିଜେଡି। ପ୍ରଥମେ ବିଜେପି ଲୋକସଭା ଓ ଉତ୍ତରପ୍ରଦେଶ ବିଧାନସଭାକୁ ଶୋଧନ କରନ୍ତୁ । ସେଠାରେ ଅନେକ ନରହତ୍ୟାକାରୀ ଅଛନ୍ତି । ଗଙ୍ଗା ବି ସେଠୁ ପାଖ ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଆସନ୍ତା ନିର୍ବାଚନରେ ସଫା ହୋଇଯିବେ ବିରୋଧୀ: ପ୍ରମିଳା

ସେ ଆହୁରି କହିଛନ୍ତି ଆମେ ବାରମ୍ବାର କହି ଆସିଛୁ ଯେଉଁ ନିର୍ଦ୍ଧିଷ୍ଟ ଥାନାରେ କେସ ହୋଇଛି ସେହି ଥାନାରେ ମନ୍ତ୍ରୀଙ୍କ ନାଁରେ ସେ ଏତଲା ଦେଇଛନ୍ତି କି ବୋଲି ପ୍ରଶ୍ନ କଲା ଶାସକ ଦଳ । କେନ୍ଦ୍ର ମନ୍ତ୍ରଙ୍କ ନାଁ ରେ ଅଭିଯୋଗ ଥାଇ ମଧ୍ୟ ସେମାନେ ସଂସଦ ଆସୁଛନ୍ତି । ଏଠି ମନ୍ତ୍ରୀ ବିଧାନସଭା ଆସିଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛି ଶାସକ ଦଳ । ଆସନ୍ତା ନିର୍ବାଚନରେ ବିରୋଧୀ ସଫା ହୋଇଯିବେ ବୋଲି କହିଛନ୍ତି ପ୍ରମିଳା ।

ଆମେ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ। କିନ୍ତୁ ବିରୋଧୀଙ୍କ ମାନସିକତା ଠିକ ନାହିଁ ତେଣୁ ସେମାନେ ଆଲୋଚନା ପାଇଁ ଆଗକୁ ଆସୁନାହାନ୍ତି। ବିଭିନ୍ନ ନାଟକ କରି ବିଧାନସଭାର ସମୟ ବର୍ବାଦ କରୁଛନ୍ତି । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ଏଭଳି କରୁଛନ୍ତି । ଲୋକ ଜାଣିସାରିଲେଣି । ଏଭଳି କଲେ ବିରୋଧୀ ସଫା ହୋଇଯିବେ। ଗୃହରେ ଯଦି ଏଭଳି ଅଚଳାବସ୍ଥା ଜାରି ରହେ ତେବେ ଗୃହକୁ ଚଳାଇବା ପାଇଁ ବାଚସ୍ପତି ପଦକ୍ଷେପ ନେବେ ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

Last Updated : Dec 3, 2021, 5:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.