ETV Bharat / city

ଚାଉଳ ପଲିଟିକ୍ସ: ବିଜେପି-ବିଜେଡି ମୁହାଁମୁହିଁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା ପରେ ବିଜେଡି ଛାନିଆ। ଚାଉଳ ରାଜନୀତି ପାଇଁ କାଳେ ବିଜେପି ସପକ୍ଷରେ ଭୋଟ ଚାଲିଯିବ, ସେହି ଭୟରେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ଉପରେ ବର୍ଷିଛି ବିଜେଡି।

author img

By

Published : Apr 16, 2019, 8:39 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣାପରେ ବିଜେଡିର ହୋସ ଉଡିଯାଇଛି। ଦୁଇ ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର କହିଥିଲେ କି, ଯଦି ବିଜେପି ସରକାର ଗଠନ କରେ ତେବେ, 1 ଟଙ୍କାରେ 5 କେଜି ଚାଉଳ, 500ଗ୍ରାମ ଡାଲି ଓ 500 ଗ୍ରାମ ଲୁଣ ଦିଆଯିବ। ଏହାକୁ ନେଇ ପ୍ରତିବାଦ ଉଠାଇଛି ବିଜେଡି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କାଳେ ରାଜ୍ୟବାସୀ ଏହାକୁ ଗ୍ରହଣ କରିନେବେ, ଆଉ ବିଜେପି ସପକ୍ଷରେ ଭୋଟ ଚାଲିଯିବ ସେହି ଭୟରେ ଆଜି ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ଉପରେ ବର୍ଷିଛି ବିଜେଡି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଦଳ ନିଜର ପରାଜୟ ଜାଣି ସାରିଛି । ଏପରିକି ବିଜେପିର ଇସ୍ତାହାର କାମ ଦେଇ ନଥିବା ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ଏଭଳି ଘୋଷଣା କଲେ ବୋଲି ବିଜେଡିର ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି ।

ଆଗକୁ ମଧ୍ୟ ଆହୁରି ମନଲୋଭା ଘୋଷଣା ବି କରିପାରନ୍ତି ଧର୍ମେନ୍ଦ୍ର ବୋଲି ସେ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ଦଳ ଆଗରୁ ପ୍ରତିକ୍ରିୟା ରଖି ସାରିଥିଲା । ହେଲେ ଏବେ ହଠାତ୍ କାହିଁକି ସାମ୍ବାଦିକ ସମ୍ମିଳନୀରେ ଏ ପ୍ରସଙ୍ଗ ଉଠାଇଲା, ତାହା କିଛି ସ୍ପଷ୍ଟ ଜଣାପଡୁନାହିଁ।

ଅନ୍ୟପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, 19 ବର୍ଷ ଶାସନ ସମୟରେ ବିଜେଡି ରାଜ୍ୟବାସୀଙ୍କ ପାଇଁ କିଛି ଆଖି ଦୃଶିଆ କାର୍ଯ୍ୟ କରିନାହିଁ। ସେଥିପାଇଁ ଭୟଭୀତ ହୋଇପଡୁଛି । ଯିଏ ଯାହା କହୁଛି ତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ତେବେ ଦଳମାନଙ୍କ ବିଷୟରେ ଲୋକମାନେ ସବୁ ଜାଣିଥିବା କହି ଭୋଟରଙ୍କ ଉପରେ ଛାଡିଛନ୍ତି । ଶେଷରେ ଜନତା ଜନାର୍ଦ୍ଦନ ହିଁ ନିଷ୍ପତ୍ତି ନେବେ । କାହାକୁ ଗ୍ରହଣ କରିବେ କାହାକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ଚାଉଳ ପଲିଟିକ୍ସ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା ଶୁଣି ବିଜେଡି ଛାନିଆ । ଦୁଇଦିନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର କହିଥିଲେ କି, ଯଦି ବିଜେପି ସରକାର ଗଠନ କରେ ତେବେ 1 ଟଙ୍କାରେ 5କେଜି ଚାଉଳ, 500ଗ୍ରାମର ଡାଲି ଓ 500 ଗ୍ରାମର ଲୁଣ ଦିଆଯିବ। ଏହାକୁ ନେଇ ପ୍ରତିବାଦ ଉଠାଇଛି ବିଜେଡି। 

କାଳେ ରାଜ୍ୟବାସୀ ଏହାକୁ ଗ୍ରହଣ କରିନେବେ, ଆଉ ବିଜେପି ସପକ୍ଷରେ କାଳେ ଭୋଟ ଚାଲିଯିବ ସେହି ଭୟରେ ଆଜି ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ଉପରେ ବର୍ଷିଛି ବିଜେଡି। ପ୍ରଥମ ପର୍ଯ୍ୟାୟରେ ଦଳ ନିଜର ପରାଜୟ ଜାଣି ସାରିବା ପରେ ଓ ଇସ୍ତାହାର ଘୋଷଣା କାମ ଦେଲା ନାହିଁ ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ଏଭଳି ଘୋଷଣା କଲେ ବୋଲି ଦଳର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି । 

ଆଗକୁ ମଧ୍ୟ ଆହୁରି ମନଲୋଭା ଘୋଷଣା ବି କରିପାରନ୍ତି ଧର୍ମେନ୍ଦ୍ର ବୋଲି ସେ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ଦଳ ଆଗରୁ ପ୍ରତିକ୍ରିୟା ରଖି ସାରିଥିଲା । ହେଲେ ଏବେ ହଠାତ୍ କାହିଁକି ସାମ୍ବାଦିକ ସମ୍ମିଳନୀରେ ଏ ପ୍ରସଙ୍ଗ ଉଠାଇଲା, ତାହା କିଛି ସ୍ପଷ୍ଟ ଜଣାପଡୁନାହିଁ। 

ଅନ୍ୟପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, 19 ବର୍ଷ ଶାସନ ସମୟରେ ବିଜେଡି ରାଜ୍ୟବାସୀଙ୍କ ପାଇଁ କିଛି ଆଖି ଦୃଶିଆ କାର୍ଯ୍ୟକ୍ରମ କରିନାହିଁ। ସେଥିପାଇଁ ଭୟଭୀତ ହୋଇପଡୁଛି । ଯିଏ ଯାହା କହୁଛି ତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ତେବେ ଦଳମାନଙ୍କ ବିଷୟରେ ଲୋକମାନେ ସବୁ ଜାଣିଥିବା କହି ଭୋଟରଙ୍କ ଉପରେ ଛାଡିଛନ୍ତି । ଶେଷରେ ଜନତା ଜନାର୍ଦ୍ଦନ ହିଁ ନିଷ୍ପତ୍ତି ନେବେ, କାହାକୁ ଗ୍ରହଣ କରିବେ କାହାକୁ ପ୍ରତ୍ୟାଖ୍ୟାନ କରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.