ETV Bharat / city

ହାରିବା ଭୟରେ ବିଜେପିର ମିଛ ଅଭିଯୋଗ: ବିଜେଡି

ପିପିଲି ଉପନିର୍ବାଚନରେ ବିଜେପି ହାରିବା ନିଶ୍ଚିତ । ଏହା ଜାଣିବା ପରେ ବିଜେପି ଏବେ ବିଜେଡି ବିରୁଦ୍ଧରେ ହିଂସାକାଣ୍ଡ ଭଳି ମିଛ ଅଭିଯୋଗ ଲଗାଇବା ଆରମ୍ଭ କରିଛି । ଏ ସଂକ୍ରାନ୍ତରେ ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଅଧିକ ପଢନ୍ତୁ...

ହାରିବା ଭୟରେ ବିଜେପିର ମିଛ ଅଭିଯୋଗ
ହାରିବା ଭୟରେ ବିଜେପିର ମିଛ ଅଭିଯୋଗ
author img

By

Published : Apr 10, 2021, 11:01 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ବିଜେପି ହାରିବା ନିଶ୍ଚିତ । ଏହା ଜାଣିବା ପରେ ବିଜେପି ଏବେ ବିଜେଡି ବିରୁଦ୍ଧରେ ହିଂସାକାଣ୍ଡ ଭଳି ମିଛ ଅଭିଯୋଗ ଲଗାଇବା ଆରମ୍ଭ କରିଛି । ବାସ୍ତବରେ ପିପିଲିରେ ବିଜେପି ହିଁ ବିଜେଡି ଉପରେ ଆକ୍ରମଣ କରିଛି । ଏ ସଂକ୍ରାନ୍ତରେ ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି ବିଜେପି ନିର୍ବାଚନୀ ହିଂସା ସଂସ୍କୃତିକୁ ଏଠାକୁ ଆମଦାନୀ କରିବା ସହିତ ଓଡିଶାକୁ ଉତ୍ତରପ୍ରଦେଶ ଓ ବିହାରରେ ପରିଣତ କରିବାକୁ ଚାହୁଁଛି । ବିଜେପୁର ଉପନିର୍ବାଚନ ହେଉ କିମ୍ବା ୨୦୧୯ ସାଧାରଣ ନିର୍ବାଚନ, ନିର୍ବାଚନୀ ବ୍ୟବସ୍ଥାକୁ ଦୂଷିତ କରିବା ପାଇଁ ବିଜେପି ଓଡିଶାରେ ହିଂସା କରିଛି ।

କିଛିଦିନ ତଳେ ପିପିଲିରେ ଦୁଇଜଣ ବିଜେପି ନେତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ପିପିଲି ନିର୍ବାଚନରେ ହାରିବା ଭୟରେ ବିଜେପି ବେଆଇନ୍ ଅର୍ଥ ଜରିଆରେ ନିର୍ବାଚନକୁ ପ୍ରଭାବିତ ଲାଗି ଚେଷ୍ଟା କରୁଛି ।

ଓଡିଶାବାସୀ ଶାନ୍ତିପ୍ରିୟ ହୋଇଥିବାବେଳେ ବିଜେପି ଏବେ ଉତ୍ତରପ୍ରଦେଶ ଓ ବିହାରରୁ ହିଂସାକାଣ୍ଡ ଆମଦାନୀ କରିବାରେ ଲାଗିଛି । ହିଂସାକାଣ୍ଡ ପାଇଁ ବିଜେପି ବାରମ୍ବାର ଉପନିର୍ବାଚନରେ ହାରୁଥିବାବେଳେ ପୁଣିଥରେ ଏଭଳି କାର୍ଯ୍ୟପାଇଁ ପିପିଲି ଉପନିର୍ବାଚନରେ ହାରିବ ବୋଲି ଲେନିନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.