ETV Bharat / city

ଖୋଲିବ ପ୍ରଥମରୁ ପଞ୍ଚମ ସ୍କୁଲ: ନିଷ୍ପତ୍ତିକୁ ଛାତ୍ର ବିଜେଡିର ସ୍ୱାଗତ

author img

By

Published : Dec 29, 2021, 10:54 PM IST

ରାଜ୍ୟ ସରକାର ଆସନ୍ତା ୩ ତାରିଖରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତିକୁ ସ୍ଵାଗତ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ଅଧିକ ପଢନ୍ତୁ

ଖୋଲିବ ପ୍ରଥମରୁ ପଞ୍ଚମ ସ୍କୁଲ: ନିଷ୍ପତ୍ତିକୁ ଛାତ୍ର ବିଜେଡିର ସ୍ୱାଗତ
ଖୋଲିବ ପ୍ରଥମରୁ ପଞ୍ଚମ ସ୍କୁଲ: ନିଷ୍ପତ୍ତିକୁ ଛାତ୍ର ବିଜେଡିର ସ୍ୱାଗତ

ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତା ୩ ତାରିଖରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତିକୁ ସ୍ଵାଗତ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ଛାତ୍ରଛାତ୍ରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନିଆଯାଇଛି ବୋଲି ଛାତ୍ର ବିଜେଡ଼ି ପକ୍ଷରୁ କୁହାଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ଜାନୁଆରୀ ୩ ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପେକ୍ଷୀରେ ୨୧ ମାସ ଧରି ବନ୍ଦ ରହିଥିବା ସମସ୍ତ ବିଦ୍ୟାଳୟ ଖୋଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେବ । ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସ୍ବାର୍ଥ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଏହି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ସମସ୍ତ ସମାେୟଚିତ୍ ପଦକ୍ଷେପକୁ ସ୍ୱାଗତ ଜଣାଯାଇଛି ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବା ପରିପ୍ରେକ୍ଷୀରେ ଯେଉଁ ନିଷ୍ପତ୍ତି ନେଇଛନ୍ତି । ତାହା ସମ୍ପୂର୍ଣ୍ଣ ଭାବେ ସ୍ବାଗତଯୋଗ୍ୟ । ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟି ଦେଇ ବିଦ୍ୟାଳୟ ବନ୍ଦ କରିବା । ଶିକ୍ଷାକୁ ଗୁରୁତ୍ବ ଦେଇ ବିଦ୍ୟାଳୟ ଖୋଲିବା । ଏହା ହିଁ ପ୍ରମାଣ କରୁଛି ମୁଖ୍ୟମନ୍ତ୍ରୀଙ୍କ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଥିବା ଉଦବେଗ । ଏଣୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ଉଚିତ୍ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କୃତଜ୍ଞତା ଜଣାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.