ETV Bharat / city

କର୍ମୀଙ୍କ ମନୋବଳ ବଢାଇବାକୁ ମିଛ କହୁଛନ୍ତି ବିଜେପି ନେତ୍ରୀ: ବିଜେଡି - BJD Spokesperson Sasmit Patra

ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀଙ୍କୁ ବିଜେଡିର ଜବାବ । ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି ବାଲେଶ୍ବର ଓ ତିର୍ତ୍ତୋଲରେ ବିଜେପି ହାରିବା ପରେ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଆସିଛନ୍ତି ପୁରନ୍ଦେଶ୍ବରୀ । ଅଯଥା କଥା ନକହି ଏମଏସପି ଆଦି ବଢାଇବା ଉପରେ ଧ୍ୟାନ ଦେବା ଜରୁରୀ । ଅଧିକ ପଢନ୍ତୁ..

କର୍ମୀଙ୍କ ମନୋବଳ ବଢାଇବାକୁ ମିଛ କହୁଛନ୍ତି ବିଜେପି ନେତ୍ରୀ: ବିଜେଡି

author img

By

Published : Dec 12, 2020, 7:59 PM IST

ଭୁବନେଶ୍ବର: ଦୁଇ-ଦୁଇଟି ଉପନିର୍ବାଚନରେ ହାରିଥିବା ବିଜେପି କର୍ମକର୍ତ୍ତାଙ୍କ ମନୋବଳ ବଢାଇବାକୁ ରାଜ୍ୟ ଗସ୍ତରେ ଆସିଛନ୍ତି ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଏବେ ସେ ଲୋକଙ୍କୁ ମିଛ କହୁଛନ୍ତି । ଏଭଳି ପ୍ରବଞ୍ଚନା ଓଡିଶାବାସୀଙ୍କ ନିକଟରେ କାମ ଦେବନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ବିଜେପି ରାଜ୍ୟ ପ୍ରଭାରୀଙ୍କୁ ବିଜେଡିର କଡା ଜବାବ

ରାଜ୍ୟ ବିଜେପି ପ୍ରଭାରୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇଛନ୍ତି ଡକ୍ଟର ପାତ୍ର । ସେ କହିଛନ୍ତି ଯେ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାକୁ ଏଠାକୁ ଆସିଛନ୍ତି ପ୍ରଭାରୀ । ବିଶେଷକରି ବାଲେଶ୍ବର ପରାଜୟ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି । ଏଣୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଯଦି ପୁରେନ୍ଦେଶ୍ବରୀ ଚାଷୀ ପ୍ରସଙ୍ଗରେ ମତ ରଖିଥାନ୍ତେ , ତେବେ ଭଲ ହୋଇଥାନ୍ତା ।

ଖାସ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା ବୃଦ୍ଧିପାଇଁ ଓଡିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଯେଉଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା, ସେ ସଂକ୍ରାନ୍ତରେ ମତ ରଖିବାର ଥିଲା । ବିଜେପିର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ସାଧାରଣ ସଭାରେ ଜଣେ ମହିଳା ସମାଜସେବୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ଓ ସେଥିପାଇଁ ଥାନାରେ ଅଭିଯୋଗ ହୋଇଥିବା ନେଇ ବୋଧେ ପୁରନ୍ଦେଶ୍ବରୀ ଅବଗତ ନାହାଁନ୍ତି । ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାରେ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତିର ତଦନ୍ତ ସିବିଆଇ ଦ୍ବାରା କରିବାଲାଗି ବିଜେପି ଲଗାତାର ଆନ୍ଦୋଳନ ଚଳାଇଥିଲା । ହେଲେ ପରବର୍ତ୍ତୀ ସମୟରେ ପାଙ୍ଗି ବିଜେପିରେ ଯୋଗଦେଲେ ଏବଂ ବିଜେପି ତାଙ୍କୁ ସ୍ବାଗତ କରିବା ସହିତ ଟିକେଟ ଦେଇ ନିର୍ବାଚନ ଲଢାଇଲା । ଓଡିଶା ବିଜେପି ବୋଧହୁଏ ତାଙ୍କ ରାଜ୍ୟ ପ୍ରଭାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିନାହାନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଘର ତିଆରି କରିଥିବାରୁ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ଓଡିଶାକୁ ୫ଟି ପୁରସ୍କାର ଦେଇଥିବା ନେଇ ପୁରନ୍ଦେଶ୍ୱରୀ ଅବଗତ ନଥିବା ଲକ୍ଷ୍ୟ କରାଯାଉଛି । ଏଭଳି ସ୍ଥିତିରେ ନିଜ ସ୍ତରରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଯେଭଳି ମିଛ କହୁଛନ୍ତି ଓଡିଶାବାସୀ ତାହାକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.