ETV Bharat / city

ପ୍ରଶଂସା କରୁଛି କେନ୍ଦ୍ର, ବିରୋଧ କରୁଛି ରାଜ୍ୟ ବିଜେପି: ଲେନିନ - ସରକାରଙ୍କୁ ବିଜେପିର ସମାଲୋଚନା

ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିବା ପ୍ରସଙ୍ଗରେ ଉତ୍ତର ରଖିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢ଼ନ୍ତୁ...

BJD spokes person lenin mohanty, lenin mohanty's answer to samir mohanty, BJP state president samir mahanty, matter of awas yojna, ଆବାସ ଯୋଜନା, ସରକାରଙ୍କୁ ବିଜେପିର ସମାଲୋଚନା, ବିଜେଡି ମୁଖପାତ୍ର ଲେନିନ ମହାନ୍ତି
ପ୍ରଶଂସା କରୁଛି କେନ୍ଦ୍ର, ବିରୋଧ କରୁଛି ରାଜ୍ୟ ବିଜେପି: ଲେନିନ
author img

By

Published : Jul 5, 2021, 8:18 PM IST

ଭୁବନେଶ୍ବର: ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଯାହାର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ନିରୁତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ସଭାପତି ଉଦ୍ୟମ କରୁଥିବା କହିଛନ୍ତି ଲେନିନ ।

ପ୍ରଶଂସା କରୁଛି କେନ୍ଦ୍ର, ବିରୋଧ କରୁଛି ରାଜ୍ୟ ବିଜେପି: ଲେନିନ

ଲେନିନ କହିଛନ୍ତି ଯେ, ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ଭାବେ ତାଙ୍କ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଅଭିଯୋଗ ଆଣିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ବିଫଳତା, ଉତ୍ତରପ୍ରଦେଶର ସମେତ ଅନ୍ୟ ରାଜ୍ୟରେ ବିଜେପିର ସ୍ଥିତିକୁ ନେଇ ନିରୁତ୍ସାହିତ ଅଛନ୍ତି ରାଜ୍ୟର ଦଳୀୟ କର୍ମୀ । ଆଉ ଏହି ନିରୁତ୍ସାହିତ କର୍ମୀଙ୍କ ମନରେ ଉତ୍ସାହ ଭରିବା ଲାଗି ଚେଷ୍ଟା କରିଛନ୍ତି ସମୀର ।

ଲେନିନ ଆହୁରି କହିଛନ୍ତି ଯେ, ସମୀର ମହାନ୍ତିଙ୍କ ଦୁଃଖ ଆମେ ବୁଝି ପାରୁଛୁ । ଯେତେବେଳେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରୁଛନ୍ତି, ସେତେବେଳେ ରାଜ୍ୟ ବିଜେପି ଏହାକୁ ବିରୋଧ କରୁଛି । ତେଣୁ ଏହା ନିହାତି କର୍ମୀଙ୍କୁ ଉତ୍ସାହିତ କରିବାର ଯୋଜନା ବୋଲି କହିଛନ୍ତି ଲେନିନ । ବିଜେପିର ବାମ ହାତ କଣ କରୁଛି, ତାହା ଡାହାଣ ହାତକୁ ଜଣାପଡୁନି । ପିଏମ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସମୀର ମିଛ କହୁଛନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର । ଏ ପ୍ରସଙ୍ଗରେ ରାଜ୍ୟକୁ କେନ୍ଦ୍ର ସରକାର ବାରମ୍ବାର ପ୍ରଶଂସା କରିଛନ୍ତି । ଏହାକୁ ରାଜ୍ୟ ବିଜେପି କାହିଁକି ଭୁଲି ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଲେନିନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.