ETV Bharat / city

ଟିକେଟ ପାଇଁ ନାଟକ କରୁଛନ୍ତି ଲେଖାଶ୍ରୀ: ଇପ୍ସିତା - ipsita sahoo reaction on lekhashree

ପିପିଲର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଘୋଷଣା । ଏହାକୁ ନେଇ ଲେଖାଶ୍ରୀ ଦେଇଥିବା ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ । ଅଧିକ ପଢନ୍ତୁ...

ଟିକେଟ ପାଇଁ ନାଟକ କରୁଛନ୍ତି ଲେଖାଶ୍ରୀ: ଇପ୍ସିତା

author img

By

Published : Feb 23, 2021, 8:10 PM IST

ଭୁବନେଶ୍ବର: ପିପିଲିର ବିକାଶ ପାଇଁ 68 କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ବିଜେପି ମୁଖପାତ୍ର ଲେଖାଶ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଲେଖାଶ୍ରୀଙ୍କୁ କଟାକ୍ଷ କରିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ ।

ଇପ୍ସିତା କହିଛନ୍ତି, ଲେଖାଶ୍ରୀଙ୍କ ଉପରେ ଏବେ ଦୟା ଆସୁଛି । ବିଗତ ଦୁଇଟି ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିବାରୁ କାଳେ ଟିକେଟ ମିଳିଯିବ ସେହି ଆଶାରେ ସେ ଏବେ ପିପିଲିରେ ନାକ ପୂରାଉଛନ୍ତି । ଜଣେ ମହିଳା ହିସାବରେ ମୁଁ ତାଙ୍କ ପ୍ରତି ସମବେଦନା ଜଣାଉଛି । ବିଗତ ୨୧ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପିପିଲି ଅଞ୍ଚଳରେ ବ୍ୟାପକ ବିକାଶ କାର୍ଯ୍ୟ ହୋଇଥିବାବେଳେ ଲେଖାଶ୍ରୀଙ୍କ ମନଗଢା କାହାଣୀ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଇପ୍ସିତା ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ଘୋଷଣା ନେଇ ଲେଖାଶ୍ରୀ କହିଥିଲେ, ଘୋଷଣା ସର୍ବସ୍ବ ରାଜ୍ୟ ସରକାର । ସରକାରଙ୍କ ପ୍ରତି ନା ଆମର ସମ୍ମାନ ରହିଛି ନା ଆମେ ବିବ୍ରତ ଅଛୁ । 22 ବର୍ଷ ଭିତରେ ସରକାର ଏଭଳି ଅନେକ ଘୋଷଣା କଲେଣି । ଯାହାକି କୌଣସି କାର୍ଯ୍ୟକାରୀ ହୋଇନାହିଁ । ଯେଉଁ ଫଳକକୁ ସେଇ ଫଳକ ହୋଇପଡ଼ିରହିଛି । ନିର୍ବାଚନ ଆସୁଛି, ସେଥିପାଇଁ ଲୋକଙ୍କୁ ଗୋଟିଏ ଚକମା ଦେଖାଇବା ପାଇଁ ସରକାର ଏମିତି କରିଛନ୍ତି । ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଥାଆନ୍ତା ତେବେ 22 ବର୍ଷ ଯାଏ ପ୍ୟାକେଜ ଘୋଷଣା ପାଇଁ ଅପେକ୍ଷା କରିନଥାନ୍ତେ । ଆଗରୁ ପ୍ୟାକେଜ ଘୋଷଣା କରିଥିଲେ ଲୋକଙ୍କ କାମରେ ଵି ଲାଗିଥାନ୍ତା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.