ETV Bharat / city

ରାଷ୍ଟ୍ରପତି ନିର୍ବାଚନ: ଯୁବ ବିଧାୟକଙ୍କୁ ତାଲିମ ଦେଉଛନ୍ତି ବରିଷ୍ଠ ବିଜେଡି ନେତା - ରାଷ୍ଟ୍ରପତି ନିର୍ବାଚନ ଭୋଟ ପାଇଁ ବିଜେଡି ବିଧାୟକଙ୍କୁ ତାଲିମ

ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ବିଧାୟକ ମାନଙ୍କୁ ଦଳ ପକ୍ଷରୁ ତାଲିମ ଦିଆଯାଉଛି । ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ଏହି ତାଲିମ ଦିଆଯାଉଛି । ରାଷ୍ଟ୍ରପତି ନିର୍ବାଚନରେ ଯେପରି ଭୋଟ ନାକଚ ନହେବ ସେଥିପାଇଁ ଦିଆଯାଉଛି ତାଲିମ । ଅଧିକ ପଢନ୍ତୁ

ରାଷ୍ଟ୍ରପତି ନିର୍ବାଚନ: ଯୁବ ବିଧାୟକଙ୍କୁ ଭୋଟ ତାଲିମ ଦେଉଛି ବିଜେଡି

author img

By

Published : Jul 16, 2022, 10:09 PM IST

ଭୁବନେଶ୍ବର: ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏନେଇ ପ୍ରକ୍ରିୟା ଜୋରଦାର ହୋଇଛି । କେଉଁଭଳି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ ସେ ନେଇ ବିଜେଡି ବିଧାୟକ ମାନଙ୍କୁ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ଏହି ତାଲିମ ଦିଆଯାଉଛି । ଫୋକୋସରେ ଅଛନ୍ତି ବିଜେଡିର ନୂଆ ଓ ଯୁବ ବିଧାୟକ । ଭୋଟ ଯେମିତି ନାକଚ ହେବନାହିଁ, ସେନେଇ ଦଳର ବରିଷ୍ଠ ବିଧାୟକଙ୍କୁ ତାଲିମ ଦିଆଯାଉଛି । ବିଶେଷ କରି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଯାଉଥିବା ବିଧାୟକ ମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି ।

ରାଷ୍ଟ୍ରପତି ନିର୍ବାଚନ: ଯୁବ ବିଧାୟକଙ୍କୁ ଭୋଟ ତାଲିମ ଦେଉଛି ବିଜେଡି

ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ତାଲିମ ଦିଆଯାଉଛି । ସେହିପରି ବିଜେପି ବିଧାୟକ ମଧ୍ୟ ସନ୍ଧ୍ୟାରେ ତାଲିମ ନେଉଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଘୋଷଣା କରିଛନ୍ତି । ଓଡ଼ିଶାର ଆଦିବାସୀ ଝିଅ ହୋଇଥିବାରୁ କିଭଳି ଭାବେ ଓଡିଶାରୁ ଅଧିକ ଭୋଟ ମିଳିବ ସେଥିପାଇଁ ପ୍ରୟାସ ମଧ୍ୟ କରିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.