ETV Bharat / city

ବଜେଟ ଅଧିବେଶନ: ମହିଳା ସଂରକ୍ଷଣ ବିଲ ପାସ ଦାବି କରିବ ବିଜେଡି

author img

By

Published : Jan 30, 2021, 5:36 PM IST

ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଅଧିକ ପଢନ୍ତୁ...

ବଜେଟ ଅଧିବେଶନ:  ମହିଳା ସଂରକ୍ଷଣ ବିଲ ପାସ  ଦାବି କରିବ ବିଜେଡି
ବଜେଟ ଅଧିବେଶନ: ମହିଳା ସଂରକ୍ଷଣ ବିଲ ପାସ ଦାବି କରିବ ବିଜେଡି

ଭୁବନେଶ୍ବର: ସଂସଦର ବଜେଟ ଅଧିବେଶନରେ ପୂନର୍ବାର ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ଦାବି କରିବ ବିଜୁ ଜନତା ଦଳ । ବଜେଟ ଅଧିବଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ବିଲ ପାରିତ କରିବାର ପ୍ରସଙ୍ଗ ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। 2019 ଲୋକସଭା ନିର୍ବାଚନରେ ବିଜେଡି ଏକ ମାତ୍ର ଦଳ ଭାବରେ 21ଟି ସଂସଦ ସିଟ ମଧ୍ୟରୁ 7ଟିରେ ମହିଳାଙ୍କୁ ଟିକେଟ ଦେଇଥିଲା ।

ସଂସଦରେ ବିଜୁଜନତା ଦଳ ଟିକଟରୁ ପାଞ୍ଚ ଜଣ ମହିଳା ସାଂସଦ ଜିତିଥିବା ବେଳେ ବିଜେପିରୁ 2 ଜଣ ସାଂସଦ ବିଜୟ ହାସଲ କରିଥିଲେ । ଏନେଇ ସିଏମ ପଟ୍ଟନାୟକ ଖୁସି ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯାହାର ଲୋକସଭାରେ ଏକ ତୃତୀୟାଂଶ ଆସନରେ ମହିଳା ସାଂସଦ ଅଛନ୍ତି ।

ଏହି ବିଲ ପାରିତ ନେଇ ବିଜେଡିର ଦାବିକୁ ୱାଇଏସଆର କଂଗ୍ରେସ ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତି ସମର୍ଥନ କରିଛି। ମିଶ୍ର କହିଛନ୍ତି ଯେ ବିଜେଡି ଅନୁଭବ କରୁଛି କି ସମୟ ଆସିଛି ଯେତେବେଳେ ଲୋକସଭା ଏହି ବିଲ ପାସ ପାରିତ କରିବା ଦରକାର । 1996 ସେପ୍ଟେମ୍ବର 12ରେ ଦେବଗୌଡା ସରକାର ପ୍ରଥମେ ଲୋକସଭାରେ ଏହି ବିଲ ଆଗତ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.