ETV Bharat / city

ମମିତା ହତ୍ୟାକାଣ୍ଡ; ବିଜୟ ମହାପାତ୍ରଙ୍କୁ ଜବାବ ଦେଲା ବିଜେଡି

author img

By

Published : Nov 13, 2021, 7:22 PM IST

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ କାଉଣ୍ଟର କଲେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ଅଧିକ ପଢନ୍ତୁ...

BJD responded to  Bijay Mohapatra reaction on Mamita Meher murder case
ମମିତା ମେହେର ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ଜବାବ ରଖିଲା ବିଜେଡି ମୁଖପାତ୍ର

ଭୁବନେଶ୍ବର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ କାଉଣ୍ଟର କଲେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ବିଜୟ ଜାଣିଛନ୍ତି ତାଙ୍କ ଦଳ ଆଣୁଥିବା ଅଭିଯୋଗରେ ସତ୍ୟତା ନାହିଁ । ତେଣୁ ସେ ମାମଲାରେ ଟେକ୍ନିକାଲିଟି ଆଡ଼କୁ ଯାଉଛନ୍ତି ବୋଲି କହିଛନ୍ତି ସସ୍ମିତ ।

ଶିକ୍ଷୟତ୍ରୀ ମମିତା ମେହେର ପ୍ରସଙ୍ଗରେ ପୋଲିସକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ ମମିତା ହତ୍ୟାକାଣ୍ଡରେ ପୋଲିସ ତଦନ୍ତ ନେଇ ପ୍ରଶ୍ନ ଉଠାଇଥିଲେ । କୋର୍ଟରେ ଓଡ଼ିଶା ପୋଲିସ ଦାଖଲ କରିଥିବା କେସ ଡ଼ାଇରୀ ନେଇ ପୋଲିସ ଉପରେ ବର୍ଷିଥିଲେ ବିଜୟ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି ଯେ, ବିଜୟ ଉଠାଇଥିବା ପ୍ରସଙ୍ଗ ତଦନ୍ତର ବିଷୟ । ବିଜୟ ଯେଉଁ Technicality investigation ପ୍ରସଙ୍ଗ ଉଠାଇଛନ୍ତି ମୋ ଆଶା ଓ ବିଶ୍ବାସ ପୋଲିସ ତା ଉପରେ ମତ ରଖିବ ।

ସସ୍ମିତ କହିଛନ୍ତି ଯେ, ପୋଲିସ ତଦନ୍ତରେ କଣ ରଖିଛି । କେଉଁ ଫାଇଲ ରଖିଛି ସେଟା ମୁଁ ଦେଖିନି । ଏଭଳି ତଥ୍ୟ ଥିଲେ ବିଜୟ କୋର୍ଟଙ୍କ ଦ୍ବାରସ୍ଥ ହେଇପାରିବେ । ବିଜୟ ବାବୁ ଜାଣିଛନ୍ତି ଏଥିରେ ସତ୍ୟତା ନାହିଁ । ତେଣୁ ସେ ଟେକ୍ନିକାଲିଟି ଆଡ଼କୁ ଯାଉଛନ୍ତି । ମୋର ପୋଲିସ ଉପରେ ବିଶ୍ବାସ ସେ ଏହାର ଉତ୍ତର ରଖିବ । ପୋଲିସ ଉତ୍ତର ନରଖିଲେ ଆମେ ରଖିବୁ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.