ଭୁବନେଶ୍ବର: ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାସନଭାର ମୌସୁମୀ ଅଧିବେଶନ । ଶାସକ ଦଳକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ସେପଟେ ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ଦଳ ପ୍ରସ୍ତୁତ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଶଷୀଭୂଷଣ ବେହେରା । ଶଷୀଭୂଷଣ କହିଛନ୍ତି, "ବିରୋଧୀ ଦଳ ନିଜର ଚିତ୍ର ଓଡିଶା ଜନସାଧାରଣଙ୍କ ପାଖରେ ରଖିବାକୁ ପ୍ରୟାସ କରିପାରନ୍ତି, ମାତ୍ର ଶାସକ ବିଜେଡି ତଥା ସରକାର ସବୁବେଳେ ନିଜର ଲୋକାଭିମୁଖୀ କାର୍ଯ୍ୟ ଜାରି ରଖିଛି । ତେଣୁ କୌଣସି ଅସୁବିଧା ହେବନାହିଁ । ରଥଯାତ୍ରା ସମୟରେ ବିଧାନସଭା ବସିବ, ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶକୁ ଆଗକୁ ନେବା ପାଇଁ ବିଦେଶ ଗସ୍ତରେ ଅଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର