ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଜୟ କହିଛନ୍ତି, "ଅତୀତରେ ମେକ ଇନ ଓଡ଼ିଶା ନାଁରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମନ୍ତ୍ରୀ, ସଚିବ ମାନେ ବିଦେଶ ଯାଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି ଅନେକ ଅର୍ଥ ଖର୍ଚ୍ଚ କରି କହିଲେ ଓଡ଼ିଶା ପୁଞ୍ଜି ନିବେଶ ହେବ । ହେଲେ ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପୁଞ୍ଜି ନିବେଶ ହେଲା ନାହିଁ।"
ବିରୋଧୀ ଦଳ ନେତା ଆହୁରି ମଧ୍ୟ କହିଛନ୍ତି, ନିବେଶକ ସମ୍ମିଳନୀ ନାମରେ ଦେଶ ବିଦେଶକୁ ଯାତ୍ରା କରିବା ନୂଆ କଥା ନୁହେଁ । ଯେଉଁ ବ୍ୟକ୍ତି ବିଶେଷଙ୍କୁ ଭେଟି ଓଡିଶାରେ ନିବେଶ ପାଇଁ ଆମନ୍ତ୍ରଣ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଣା ମୁହଁ । କେବଳ ଓଡ଼ିଶା ବାସୀଙ୍କୁ ଭକୁଆ କରୁଛନ୍ତି ବୋଲି ଜୟ କହିଛନ୍ତି ।
-
ଓଡ଼ିଶାର ମୁଖ୍ୟମନ୍ତ୍ରୀ @Naveen_Odisha ‘ନିବେଶକ ସମ୍ମିଳନୀ’ ନାଁରେ ଦେଶ ବିଦେଶକୁ ଯାତ୍ରା କରିବା ନୂଆ କଥା ନୁହେଁ । ଯେଉଁ ବ୍ୟକ୍ତିବିଶେଷଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଣା ମୁହଁ, ଯାହାଙ୍କ ସହ ମୁଖ୍ୟମନ୍ତ୍ରୀ ପୂର୍ବରୁ ବହୁତବାର ଫଟୋ ଉଠାଇଛନ୍ତି ।
— Jay Narayan Mishra (@jnarayanmishra) September 15, 2022 " class="align-text-top noRightClick twitterSection" data="
">ଓଡ଼ିଶାର ମୁଖ୍ୟମନ୍ତ୍ରୀ @Naveen_Odisha ‘ନିବେଶକ ସମ୍ମିଳନୀ’ ନାଁରେ ଦେଶ ବିଦେଶକୁ ଯାତ୍ରା କରିବା ନୂଆ କଥା ନୁହେଁ । ଯେଉଁ ବ୍ୟକ୍ତିବିଶେଷଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଣା ମୁହଁ, ଯାହାଙ୍କ ସହ ମୁଖ୍ୟମନ୍ତ୍ରୀ ପୂର୍ବରୁ ବହୁତବାର ଫଟୋ ଉଠାଇଛନ୍ତି ।
— Jay Narayan Mishra (@jnarayanmishra) September 15, 2022ଓଡ଼ିଶାର ମୁଖ୍ୟମନ୍ତ୍ରୀ @Naveen_Odisha ‘ନିବେଶକ ସମ୍ମିଳନୀ’ ନାଁରେ ଦେଶ ବିଦେଶକୁ ଯାତ୍ରା କରିବା ନୂଆ କଥା ନୁହେଁ । ଯେଉଁ ବ୍ୟକ୍ତିବିଶେଷଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଣା ମୁହଁ, ଯାହାଙ୍କ ସହ ମୁଖ୍ୟମନ୍ତ୍ରୀ ପୂର୍ବରୁ ବହୁତବାର ଫଟୋ ଉଠାଇଛନ୍ତି ।
— Jay Narayan Mishra (@jnarayanmishra) September 15, 2022
ତେବେ ବିରୋଧୀ ଦଳନେତାଙ୍କ ଏହି ଅଭିଯୋଗର ଜବାବ ରଖିଛି ଶାସକ ବିଜୁ ଜନତା ଦଳ( ବିଜେଡି) । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, "ବର୍ତ୍ତମାନ ସମୟରେ ଏପରି କଥା କହିବା ଅପ୍ରାସଙ୍ଗିକ । ଆଜି ରାଜ୍ୟ ପାଇଁ ଏକ ଐତିହାସିକ ଦିନ । ଜଣେ ମୁଖ୍ୟମନ୍ତ୍ରୀ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ଓପନିଂ ବେଲ ବଜାଇବା ପ୍ରଥମ ଘଟଣା ।" ଏଥିସହ ଓଡିଶାକୁ ପୁଣି ନିବେଶ ଆସିଛି ବୋଲି ଖୁସିବ୍ୟକ୍ତ କରିବାର କଥା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।
-
ଗତକାଲି ମୁଖ୍ୟମନ୍ତ୍ରୀ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କମ୍ପାନୀର ମୁଖ୍ୟ ଆନନ୍ଦ ମହିନ୍ଦ୍ରାଙ୍କୁ ଭେଟି ଖୁସିବ୍ୟକ୍ତ କରିଛନ୍ତି।ଏହି ସାକ୍ଷାତ୍ କାଳରେ ମୁଖ୍ୟମନ୍ତ୍ରୀ ଆନନ୍ଦ ମହିନ୍ଦ୍ରାଙ୍କୁ ଓଡ଼ିଶାରେ ମହିନ୍ଦ୍ରା କମ୍ପାନୀ ଦ୍ୱାରା ଏକ ଇଲେକ୍ଟ୍ରିକ୍ ଗାଡ଼ି ତିଆରି କାରଖାନା ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିବେ ବୋଲି ଆମେ ଭାବୁଛୁ ।
— Jay Narayan Mishra (@jnarayanmishra) September 15, 2022 " class="align-text-top noRightClick twitterSection" data="
">ଗତକାଲି ମୁଖ୍ୟମନ୍ତ୍ରୀ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କମ୍ପାନୀର ମୁଖ୍ୟ ଆନନ୍ଦ ମହିନ୍ଦ୍ରାଙ୍କୁ ଭେଟି ଖୁସିବ୍ୟକ୍ତ କରିଛନ୍ତି।ଏହି ସାକ୍ଷାତ୍ କାଳରେ ମୁଖ୍ୟମନ୍ତ୍ରୀ ଆନନ୍ଦ ମହିନ୍ଦ୍ରାଙ୍କୁ ଓଡ଼ିଶାରେ ମହିନ୍ଦ୍ରା କମ୍ପାନୀ ଦ୍ୱାରା ଏକ ଇଲେକ୍ଟ୍ରିକ୍ ଗାଡ଼ି ତିଆରି କାରଖାନା ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିବେ ବୋଲି ଆମେ ଭାବୁଛୁ ।
— Jay Narayan Mishra (@jnarayanmishra) September 15, 2022ଗତକାଲି ମୁଖ୍ୟମନ୍ତ୍ରୀ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କମ୍ପାନୀର ମୁଖ୍ୟ ଆନନ୍ଦ ମହିନ୍ଦ୍ରାଙ୍କୁ ଭେଟି ଖୁସିବ୍ୟକ୍ତ କରିଛନ୍ତି।ଏହି ସାକ୍ଷାତ୍ କାଳରେ ମୁଖ୍ୟମନ୍ତ୍ରୀ ଆନନ୍ଦ ମହିନ୍ଦ୍ରାଙ୍କୁ ଓଡ଼ିଶାରେ ମହିନ୍ଦ୍ରା କମ୍ପାନୀ ଦ୍ୱାରା ଏକ ଇଲେକ୍ଟ୍ରିକ୍ ଗାଡ଼ି ତିଆରି କାରଖାନା ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିବେ ବୋଲି ଆମେ ଭାବୁଛୁ ।
— Jay Narayan Mishra (@jnarayanmishra) September 15, 2022
ଇଟିଭି ଭାରତ, ଭୁବନେଶ୍ବର