ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ରାଣ୍ଡିଂ ନେଇ ବ୍ୟାକଫୁଟରେ ସରକାର। ବିଜେଡି ପାଖରେ ନାହିଁ ଉତ୍ତର । ଏନେଇ ଦଳ ସିଧାସଳଖ ଉତ୍ତର ନରଖି ବଙ୍କେଇ ରଖିଛି। ଯେଉଁଭଳି ଭାବରେ ବିଜେପି ଏହି ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇଛି ତାକୁ ନେଇ ସରକାର ବାଧ୍ୟ ହୋଇ ଲୋଗୋ ବଦଳାଇଛନ୍ତି। ପୁଣି ସବୁଆଡେ ନୂଆ ଲୋଗୋ ଥିବା ଷ୍ଟିକର ଲାଗିବ। ଏବାବଦରେ କୋଟି କୋଟି ଟଙ୍କା ପାଣିରେ ପଡିଲା। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୃଥ୍ବୀରାଜ ହରିଚନ୍ଦନଙ୍କ ପାଖରେ ତଥ୍ୟ କି ସତ୍ୟତା ନଥିବା ଲାଗୁଛି। ବୋଧେ ତାଙ୍କ ପାଖରେ ଖବର ନାହିଁ ଯେ ବିଜେଡି ନେତୃତ୍ବରେ ସରକାର ଯେଉଁ ଘର ତିଆରି ହୋଇଛି । ସେଥିପାଇଁ କେନ୍ଦ୍ର ସରକାର ବେଷ୍ଟ ପର୍ଫମିଙ୍ଗ କାଟାଗୋରୀରେ ଆଓ୍ବାର୍ଡ ଦେଇଛନ୍ତି ।
ତାକୁ ବୋଧେ ସେ ଜାଣି ନାହାଁନ୍ତି କି ଜାଣିଶୁଣି ଭୟଭୀତ ହୋଇ ମାନୁ ନାହାଁନ୍ତି । ଅଧା କେନ୍ଦ୍ର ଓ ଅଧା ରାଜ୍ୟ ଖର୍ଚ୍ଚ ଦେଉଛି। 20 ଲକ୍ଷ ଘର କରି କେନ୍ଦ୍ରଠାରୁ ପୁରସ୍କାର ପାଇଛୁ। ପୃଥ୍ବୀରାଜ ହରିଚନ୍ଦନ ହାସ୍ୟାସ୍ପଦ କଥା କହୁଛନ୍ତି। ରାଜ୍ୟ ସରକାରଙ୍କ ସଫଳତା ଦେଖି ସେ ଇର୍ଷାନ୍ବିତ, ଭୟଭୀତ ଓ ବିଚଳିତ ହୋଇଛନ୍ତି । ପିଏମଏଓ୍ବାଇ କେନ୍ଦ୍ର ଓ ରାଜ୍ୟ ସହଭାଗୀତାରେ ହୁଏ । ଗୋଟେ ଏସଓପିରେ ହୁଏ। ଆମ ପ୍ରଦର୍ଶନ ଭଲ ଯୋଗୁଁ ପୃଥ୍ବୀରାଜ ଇର୍ଷାନ୍ବିତ ହେଉଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ