ETV Bharat / city

ଓଡିଶାରେ 4 ଟି ପର୍ଯ୍ୟାୟରେ ନିର୍ବାଚନ କାହିଁକି?

ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ? ରାଜ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷ ତ?

author img

By

Published : Mar 11, 2019, 7:47 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ? ରାଜ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷ ତ? ରାଜ୍ୟରେ 4ଟି ପର୍ଯ୍ୟାୟରେ ନିର୍ବାଚନ ଘୋଷଣା ହେବା ପରେ ଏଭଳି ଆରୋପ ଉଠାଇଛି ବିଜେଡି। କଂଗ୍ରେସ ମଧ୍ୟ ବିଜେଡି ସହ ଏକମତ।

ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, 2009 ଓ 2014 ସାଧାରଣ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର 2ଟି ପର୍ଯ୍ୟାୟରେ ନିର୍ବାଚନ କରିଥିଲେ। ହେଲେ ଏଥର କାହିଁକି ବ୍ୟତିକ୍ରମ ଘଟିଲା? ବିଶେଷ କରି ଆନ୍ଧ୍ରପ୍ରଦେଶରେ 42, ତାମିଲନାଡୁରେ 39 ଲୋକସଭା ଆସନ ରହିଛି। ହେଲେ ସେଠାରେ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ମଧ୍ୟପ୍ରଦେଶ ପାଇଁ 2 ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ହେଲେ ଓଡିଶାରେ 4ଟି ପର୍ଯ୍ୟାୟରେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି?

ଅନ୍ୟପଟେ କଂଗ୍ରେସ କହିଛି, ନିର୍ବାଚନ କମିଶନରଙ୍କୁ ଧରି ବିଜେପି ଏଭଳି ଚାଲ୍ ଖେଳିଛି। ଏପରି ହେଲେ ତାଙ୍କର ଅଧିକ କେନ୍ଦ୍ରୀୟ ନେତା ଓଡିଶା ଆସିବେ ଓ କ୍ୟାମ୍ପେନିଂ କରିବେ। ଦଳ ଭଲ ସ୍ଥିତିରେ ରହିବ। ହେଲେ ସେପରି ହେବ ନାହିଁ ବୋଲି କହିଛନ୍ତି ଦଳର ମୁଖପାତ୍ର ବିଭୁପ୍ରସାଦ ତରାଇ।
ସେପଟେ ବିଜେପି କହିଛି, ଆମେ ସେଥିରେ ବିଶ୍ୱାସ କରିନାହୁଁ। ବିଜେଡିର ଏହା ଏକ ଚାଲ। ଆମେ କମିଶନରଙ୍କ ନିରପେକ୍ଷତା ଉପରେ ବିଶ୍ୱାସ ରଖିଛୁ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.