ETV Bharat / city

Paika Rebellion: ମିଳିଲାନି ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା, କେନ୍ଦ୍ରକୁ ବିଜେଡ଼ିର ଟାର୍ଗେଟ - କେନ୍ଦ୍ରକୁ ବିଜେଡିର ଟାର୍ଗେଟ

ପାଇକ ବିଦ୍ରୋହକୁ ମିଳୁନି ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା । ଫଳରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଶାସକ ଦଳ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛି । ଅଧିକ ପଢନ୍ତୁ

Paika Rebellion: ମିଳିଲାନି ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା, କେନ୍ଦ୍ରକୁ ବିଜେଡ଼ିର ଟାର୍ଗେଟ

author img

By

Published : Dec 6, 2021, 3:05 PM IST

Updated : Dec 6, 2021, 5:25 PM IST

ଭୁବନେଶ୍ବର: ପାଇକ ବିଦ୍ରୋହ(Paika Rebellion)କୁ କେନ୍ଦ୍ର ସରକାର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେଇନାହାନ୍ତି । ଫଳରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଶାସକ ଦଳ(BJD) । ଏହାର ତୀଵ୍ର ପ୍ରତିବାଦ କରି ଶାସକ ଦଳ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ସହିତ ଏହାର ମାନ୍ୟତା ପାଇଁ ଦାବି କରିଛି ।

Paika Rebellion: ମିଳିଲାନି ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା, କେନ୍ଦ୍ରକୁ ବିଜେଡ଼ିର ଟାର୍ଗେଟ

1817 ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାଭେଦକର । ଏହାକୁ ପାଠ୍ୟକ୍ରମରେ ସନ୍ନିବେଶିତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେଭଳି କିଛି ପ୍ରସ୍ତାବ ନଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଏହା ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ଗୌରବ ପ୍ରତି ଚରମ କୁଠାରଘାତ। 1990 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହା ଦାବି କରିଥିଲେ । ପରବର୍ତ୍ତୀ ସମୟରେ ଏହି ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ପ୍ରତିନିଧି ସମ୍ମିଳନୀ ହୋଇଥିଲା । ଯେଉଁଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଯୋଗ ଦେଇଥିଲେ ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ କେନ୍ଦ୍ର ନିକଟରେ ଦାବିକୁ ଜୋରଦାର କରାଯିବ ବୋଲି ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା । ଏଥି ସହିତ ଗଡ଼ ଖୋର୍ଦ୍ଧାଠାରେ ଐତିହାସିକ ଦୁର୍ଗର ମରାମତି ସହିଦ ସ୍ମାରକୀ ସ୍ତମ୍ଭର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥାଲା । ସେହିଭଳି ସମରକଳା ପ୍ରତିଷ୍ଠାନ ନିର୍ମାଣ ପାଇଁ DPR(Detailed Project Report) ପ୍ରସ୍ତୁତ କରାଯିବ ସହ ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ହେଲେ କେନ୍ଦ୍ର ସରକାର ଦୁଇ ବର୍ଷ ଧରି ଏହାକୁ ପକାଇ ରଖିଛନ୍ତି । ପାଇକମାନଙ୍କୁ କଳାକାର ଭତ୍ତାରେ ସାମିଲ, ରାଜ୍ୟ ସଂଗ୍ରହାଳୟରେ ପାଇକ ଗ୍ୟାଲେରୀ ପ୍ରତିଷ୍ଠା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

1804 ମସିହାରେ ଜୟୀରାଜଗୁରୁ ପ୍ରଥମ ଥର ଲାଗି ଇଂରେଜ ସରକାର ବିରୋଧରେ ସ୍ବର ଉତ୍ତୋଳନ କରିଥିବାରୁ ତାଙ୍କ ଗାଁରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ 2017 ଜୁଲାଇ 19ରେ ପାଇକ ବିଦ୍ରୋହକୁ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଥିଲେ । ଏସବୁ ସତ୍ତ୍ବେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି। ଏହା ଓଡ଼ିଆ ସ୍ବାଭିମାନ, ପରମ୍ପରା ଓ ଐତିହ୍ୟ ପ୍ରତି କୁଠାରଘାତ ବୋଲି ଦଳ କହିଛି । ଏହି ପ୍ରସଙ୍ଗରେ ଏକ ଏକ୍ସପର୍ଟ କମିଟି ଗଠନ କରାଯାଉ ଏବଂ ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 6, 2021, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.