ETV Bharat / city

ଅରୁଆ ଉଷୁନା କଳି, FCI ଅଫିସ ଘେରିଲା BJD - ବିଜେଡି ବିକ୍ଷୋଭ ଖବର

କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ସହ ଖେଳୁଛନ୍ତି । ୨୨ ଲକ୍ଷ ମେଟ୍ରିକ ଟନ ଗଚ୍ଛିତ ଉଷୁନା ଚାଉଳ ଉଠାଯାଉ ନଥିବାରୁ ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଅଧିକ ପଢନ୍ତୁ

FCI ଅଫିସ ଘେରିଲା BJD
FCI ଅଫିସ ଘେରିଲା BJD
author img

By

Published : Feb 8, 2022, 11:21 AM IST

Updated : Feb 8, 2022, 3:55 PM IST

ଭୁବନେଶ୍ବର: ଉଷୁନା ଚାଉଳ ନ କିଣିବା ପ୍ରସଙ୍ଗରେ ଗର୍ଜିଲା ବିଜେଡି । କେନ୍ଦ୍ର ସରକାର କେବଳ ପ୍ରତିଶ୍ରୁତି ଦେଇଛନ୍ତି ମାତ୍ରା ତାହା ଫଳଶୂନ୍ୟ । କେନ୍ଦ୍ରର ଏ ଅବହେଳାକୁ ବିରୋଧ କରି ଆଜି ବିଜେଡି ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ସହ ଖେଳୁଛନ୍ତି । ୨୨ ଲକ୍ଷ ମେଟ୍ରିକ ଟନ ଗଚ୍ଛିତ ଉଷୁନା ଚାଉଳ ଉଠାଯାଉ ନଥିବାରୁ ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି ।

ଅରୁଆ ଉଷୁନା କଳି, FCI ଅଫିସ ଘେରିଲା BJD
ଅରୁଆ ଉଷୁନା କଳି, FCI ଅଫିସ ଘେରିଲା BJD

ଖାଦ୍ୟ ସୁରକ୍ଷା ଯୋଜନାରେ କାହିଁକି ଓଡିଶାରୁ ଉଷୁନା ଚାଉଳ ଉଠାଯାଉ ନାହିଁ ତାକୁ ପ୍ରସଙ୍ଗ କରି ରାଜଧାନୀ ଏଫସିଆଇ ଆଗରେ ବିରୋଧ ପ୍ରଦର୍ଶନ କରିଛି ବିଜେଡି । କେନ୍ଦ୍ର ସରକାର ୨ ମେଟ୍ରିକ୍ ଟନ ଅରୁଆ ଓ ୫ ମେଟ୍ରିକ୍ ଟନ ଉଷୁନା ଚାଉଳ କିଣିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ନକରି ଆମ ସହ ଖେଳୁଥିବା ବୋଲି ବିଜେଡି କହିଛି । ଏପଟେ ରାଜ୍ୟରେ ଏବେ ୨୨ ଲକ୍ଷ ମେଟ୍ରିକ ଟନ ଉଷୁନା ଓ ଅରୁଆ ଚାଉଳ ରହିଛି ।

FCI ଅଫିସ ଘେରିଲା BJD

ସେହିପରି ବଳକା ଥିବା ଚାଉଳକୁ ସଂଘୀୟ ବ୍ୟବସ୍ଥା ଅନୁସାରେ ଏହାକୁ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ(FCI) ମାଧ୍ୟମରେ କେନ୍ଦ୍ର ସରକାର କିଣିବା କଥା । ହେଲେ କେନ୍ଦ୍ର ଏହାକୁ ପୂରଣ କରିନାହିଁ । ଫଳରେ କେନ୍ଦ୍ରର ଏହି ମନମୁଖୀ ନୀତିକୁ ବିରୋଧ କରି ଏଫସିଆଇ ଆଗରେ ଧାରଣ ଦେଇଛି ଦଳ । ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା ସମେତ ସୁଲତା ଦେଓ, ଅରବିନ୍ଦ ଢାଲି , ଅରୁପ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ବିରୋଧରେ ଗର୍ଜନ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 8, 2022, 3:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.