ଭୁବନେଶ୍ବର : ଦରଦାମ ଓ ବେକାରି ପ୍ରସଙ୍ଗରେ ଏକାଠି ହେଲେ କର୍ମୀଠୁ ନେତା। ଗୋଟିଏ ମଞ୍ଚରେ ମହିଳା, ଯୁବ ଛାତ୍ର ସମେତ ତୁଙ୍ଗ ନେତା। କେନ୍ଦ୍ରର ଅହେତୁକ ଦରଦାମ ଓ ବେକାରୀ ପ୍ରସଙ୍ଗରେ ରଣହୁଙ୍କାର। ବିଶାଳ ବାଇକ ରାଲିରେ ଶୋଭାଯାତ୍ରା ସହ ରାସ୍ତା ଉପରେ ଗର୍ଜନ । ଏଜିରୁ ଭୋମନଗର ପର୍ଯ୍ୟନ୍ତ ଛାଇ ହୋଇଯାଇଛନ୍ତି ବିଜେଡି କର୍ମୀ ଓ ନେତା । ଯାନବାହାନ ଚଳାଚଳ ବନ୍ଦ କରି କେନ୍ଦ୍ର ବିରୋଧରେ ରଣ ହୁଙ୍କାର ଦେଇଛି ବିଜେଡି । କେନ୍ଦ୍ର ବିରୋଧି ନାରାବାଜି ସହ ବରିଷ୍ଠ ନେତାଙ୍କ ଘନଘନ ଆଟାକ । ରାଜ୍ୟରେ କେନ୍ଦ୍ର ସରକାରଙ୍କ କୋହଳ ମନୋଭାବ ଓ ବୈମାତୃକ ମନୋଭାବ ନେଇ ସମାଲୋଚନା ମଧ୍ୟ କରିଛନ୍ତି ।
ବିଜେପି ସାଂସଦଙ୍କୁ କଡା ସମାଲୋଚନା ସହ କେନ୍ଦ୍ର ମାନିଫାଷ୍ଟୋର ଦେଇଥିବା ପ୍ରତିଶୃତିକୁ ନେଇ ମଧ୍ୟ କଲେ ଟାର୍ଗେଟ । ଏପରିକି ପୋଲାଭରମ ପ୍ରକଳ୍ପ ଠୁ ଆରମ୍ଭ କରି ସ୍ବାମୀନାଥନ କମିଶନ ଓ ବିପର୍ଯ୍ୟୟ ସମୟରେ କେନ୍ଦ୍ର ଅବହେଳା ନେଇ ହୋହାଲ୍ଲା ସହ କେନ୍ଦ୍ର ସରକାର ବିରୋଧରେ ଗର୍ଜିଲା ଦଳ । ଆଉ ଏଥିରେ ସାମିଲ ହୋଇଥିଲେ ରାଜ୍ୟରୁ ଆସିଥିବା ଯୁବକ ଓ ମହିଳା । ଆନ୍ଦୋଳନକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଜୋରଦାର କରିବାକୁ ବିଜେଡିର ଛାମୁଆ ସଂଗଠକ ଆହ୍ବାନ ଦେଇଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ