ଭୁବନେଶ୍ବର: କେନ୍ଦ୍ର ପଣ୍ୟଗାର ନିଗମ ସ୍ଥାନାନ୍ତରିତ ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇଛି ବିଜେଡି । ସୋମବାର ଭୁବନେଶ୍ବର ସ୍ଥିତ କେନ୍ଦ୍ର ପଣ୍ୟଗାର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନେତା ଓ କର୍ମୀ ନାରାବାଜି କରିବା ସହ ଧାରଣା ଦେଇଛନ୍ତି ।
ବିଜେଡିର ଅଭିଯୋଗ ଭୁବନେଶ୍ବରରେ କେନ୍ଦ୍ର ପଣ୍ୟଗାର ନିଗମ ଲାଭରେ ଚାଲିଥିଲାବେଳେ କେନ୍ଦ୍ର ସରକାର ସ୍ଥାନାନ୍ତରିତ କରିବାକୁ ଚକ୍ରାନ୍ତ କରିଛନ୍ତି । ୩ ଲକ୍ଷ ମେଟ୍ରିକ ଟନ କ୍ଷମତାର ଏହି ପଣ୍ୟଗାର ଓଡ଼ିଶାର ବହୁ ଉପକାରରେ ଲାଗୁଛି । ଏହାକୁ ବରଦାସ୍ତ ନକରି ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।
ଦୀର୍ଘବର୍ଷ ଧରି ପଣ୍ୟଗାର ଲାଭରେ ଚାଲିଥିଲା, ବିହାରର କେନ୍ଦ୍ରୀୟ ପଣ୍ୟଗାର ଲସରେ ଚାଲୁଥିବାବେଳେ କେମିତି ଏକ ଲାଭାର୍ଥ ଅନୁଷ୍ଠାନକୁ କେନ୍ଦ୍ର ସରକାର ସ୍ଥାନାନ୍ତରିତ କରିବେ ସେ ନେଇ ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ। ଆଗାମୀ ଦିନରେ ଏ ପ୍ରତିବାଦକୁ ତୀବ୍ରତର କରାଯିବା ନେଇ ସେ କହିଛନ୍ତି ।
ସାରା ରାଜ୍ୟରେ ବ୍ୟାପକ ଭାବରେ ଧାରଣା ଦିଆଯିବ। ଓଡ଼ିଶାର ହକ୍ କୁ କେନ୍ଦ୍ରସରକାର ଛଡେଇ ନେଉଛନ୍ତି। ୧୯୯୦ ମସିହାରୁ ରାଜ୍ୟରେ ଏ ପଣ୍ୟଗାର ଚାଲିଛି, ଲାଭରେ ଚାଲୁଥିବା ଜାଣି କେନ୍ଦ୍ରସରକାର ଜାଣିଶୁଣି ଏହାକୁ ସ୍ଥାନାନ୍ତରିତ କରୁଛନ୍ତି। କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ। ତେଣୁ କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବା ଦରକାର ବୋଲି ଭୁବନେଶ୍ବର ଯୁବ ବିଜେଡି ସଭାପତି ଅମରଜିତ ସେନାପତି କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ