ETV Bharat / city

ବିଜେଡିର 'ଜୀବନବିନ୍ଦୁ' କାର୍ଯ୍ୟକ୍ରମ: ରକ୍ତଦାନ କଲେ ସଞ୍ଜୟ ଦାସବର୍ମା

author img

By

Published : Jun 24, 2020, 3:49 PM IST

କୋରୋନା କଟକଣା ଭିତରେ ବିଜେଡି ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଆରମ୍ଭ ହୋଇଛି । ଦଳୀୟ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଛାତ୍ର ବିଜେଡି ଆୟୋଜନ କରିଥିଲା । ବିଜୁ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୁବନେଶ୍ବର: କୋରୋନା ମହାମାରୀ ଭଳି ଘଡି଼ସନ୍ଧି କାଳରେ ବିଜେଡିର ରକ୍ତଦାନ କାର୍ଯ୍ୟକ୍ରମ । କୋରୋନା କଟକଣା ଭିତରେ ବିଜେଡି ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଆରମ୍ଭ ହୋଇଛି । ଦଳୀୟ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଛାତ୍ର ବିଜେଡି ଆୟୋଜନ କରିଥିଲା । ବିଜୁ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

ବିଜେଡିର 'ଜୀବନବିନ୍ଦୁ' କାର୍ଯ୍ୟକ୍ରମ : ରକ୍ତଦାନ କଲେ ସଞ୍ଜୟ ଦାସବର୍ମା

ଆଜିଠୁ ବିଜେଡିର ୭ ଦିନିଆ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଦେଇଥିଲେ ଯେ, କୋରୋନା ସମୟରେ ରକ୍ତ ଅଭାବ ଯେପରି ନରୁହେ ।ରକ୍ତ ଅଭାବରୁ କୈାଣସି ରୋଗୀଙ୍କ ମୃତ୍ୟୁ ନହେଉ । ଏହାକୁ ଧ୍ୟାନରେ ରଖି କୋରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ କୋରୋନା କଟକଣା ଅନୁଯାୟୀ ରକ୍ତଦାନ କାର୍ଯ୍ୟକ୍ରମ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ଦଳ 17 ହଜାର ୟୁନିଟ ରକ୍ତ ସଂଗ୍ରହ କରିସାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ନିଜେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ରକ୍ତ ଦାନ କରି ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହାସହ ଛାତ୍ର, କର୍ମୀ, ଶୁଭେଚ୍ଛୁ ମାନଙ୍କୁ ରକ୍ତ ଦାନ ପାଇଁ ଆହ୍ୱାନ କରିଛନ୍ତି ସଞ୍ଜୟ ଦାସବର୍ମା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.