ETV Bharat / city

ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ: ଆବାସ ଯୋଜନା ନେଇ ଆଲୋଚନା

author img

By

Published : Dec 21, 2021, 8:05 AM IST

କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହଙ୍କୁ ଭେଟିଛନ୍ତି ବିଜେଡି ସାଂସଦଗଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ MNREGA ଯୋଜନାରେ ଓଡିଶାର ଦାବି ସମ୍ପର୍କରେ ଜଣାଇଛନ୍ତି । ଅଧିକ ପଢନ୍ତୁ

ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ: ଆବାସ ଯୋଜନା ନେଇ ଆଲୋଚନା
ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ: ଆବାସ ଯୋଜନା ନେଇ ଆଲୋଚନା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପୁନର୍ବାର କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ୍ ସିଂହଙ୍କୁ(Union Rural Development & Panchayati Raj Minister Giriraj Singh ) ଭେଟିଛନ୍ତି ବିଜେଡି ସାଂସଦଗଣ । ସୋମବାର ନୂଆଦିଲ୍ଲୀସ୍ଥିତ କୃଷି ଭବନରେ ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ MNREGA ଯୋଜନାରେ ଓଡ଼ିଶାର ଦାବି ସମ୍ପର୍କରେ ଜଣାଇଛନ୍ତି ବିଜେଡି ସାଂସଦ । ବୈଠକ ସକରାତ୍ମକ ଭାବେ ହୋଇଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

ଗତ 14 ତାରିଖରେ ସମାନ ପ୍ରସଙ୍ଗ ନେଇ ବିଜେଡି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଫନିର ଫଁରେ ରାଜ୍ୟର 1 ଲକ୍ଷ 84 ହଜାର ପରିବାର ଘର ହରାଇଥିଲେ । ପ୍ରଧାନମନ୍ତ୍ରୀ ଓଡିଶା ଆସି ଫନି ପ୍ରଭାବିତ 5 ଲକ୍ଷ ଲୋକଙ୍କୁ ପିଏମଏୱାଇ( PMAY)ରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା 1.84 ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯାଇନାହିଁ । ବାସହରାଙ୍କୁ ଖୁବଶୀଘ୍ର ଘର ଦେବାକୁ ବିଜେଡି ଦାବି କରିଛି । ସେହିପରି ଅଣ ଫନି ପ୍ରଭାବିତ 16 ଜିଲ୍ଲାର 5.09 ଲକ୍ଷ ଯୋଗ୍ୟ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା( PMAY)ରୁ ବାଦ୍ ପଡିଛନ୍ତି । ବିଶେଷକରି ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶା, ଅନୁସୂଚିତ ଅଞ୍ଚଳ ଓ କେବିକେ ଅଞ୍ଚଳର ଏହି ଲୋକ ରହିଛନ୍ତି । ତେଣୁ ଆବାସ ପ୍ଲସ ପୋର୍ଟାଲ ମାସକ ପାଇଁ ଖୋଲିଲେ ବଳକା ପରିବାରଙ୍କ ଡାଟା ଏଥିରେ ଯୋଡା ଯାଇପାରିବ ବୋଲି କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଚିଠିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ । ଆଜିର ବୈଠକ ସକାରତ୍ମକ ଭାବେ ହୋଇଛି । ରାଜ୍ୟର ଦାବି ନେଇ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବିଜେଡି ସାଂସଦ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.