ETV Bharat / city

‘ଡ୍ରାମା କରୁଛନ୍ତି ବିଜେପି ସାଂସଦ’

author img

By

Published : Mar 17, 2021, 8:33 AM IST

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବିଜେପି ସାଂସଦ ଭେଟିବାକୁ ନେଇ କଡା ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ...

ବିଜେଡି ସାଂସଦ ସସ୍ମିତ ପାତ୍ର
ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର:କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବିଜେପି ସାଂସଦ ଭେଟିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଏନେଇ ବିଜେପି ସାଂସଦଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ସୋମବାର ବିଜେଡି ସାଂସଦ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଥିଲେ । ତୁରନ୍ତ ଚାଉଳକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲା ବିଜେଡି । ଏହା ସହ ବିଚାରାଧୀନ ସବସିଡି ପ୍ରଦାନ କରିବାକୁ ଦାବି କରିଥିଲା ଦଳ । ଗତକାଲି ବିଜେଡି ସାଂସଦଙ୍କ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ । ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ଦାବି କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଜୋରଦାର ଉଠାଇଥିଲେ । ହେଲେ ଲୋକଙ୍କ ସ୍ବାର୍ଥ ଆଗରେ ଓଡିଶାର ବିଜେପି ସାଂସଦମାନେ ଚୁପ ରହିଥିବା ସେ କହିଛନ୍ତି ।

ଓଡିଶା ଲୋକଙ୍କ ଆଗରେ ମୁହଁ ବଞ୍ଚାଇବା ପାଇଁ ଓଡିଶା ବିଜେପି ସାଂସଦମାନେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ବିଜେପିର ସାଂସଦ ମାନେ ନାଟକ ପରିବେଷଣ କରୁଛନ୍ତି ବୋଲି ସସ୍ମିତ କଟାକ୍ଷ କରିଛନ୍ତି । ଯଦି ବିଜେପି ସାଂସଦମାନେ ପ୍ରକୃତରେ ଓଡିଶାର ଚାଷୀଙ୍କ ଭଲରେ ଥାଆନ୍ତେ, ତେବେ ସେମାନେ ତୁରନ୍ତ ଓଡିଶାରେ ପଡିଥିବା ଚାଉଳକୁ ସ୍ଥାନାନ୍ତର କରିବାକୁ ଏବଂ ଓଡିଶାକୁ ବିଚାରାଧୀନ ଦେୟ ଦେବାକୁ ଦାବି କରିଥାନ୍ତେ ବୋଲି ସସ୍ମିତ କହିଛନ୍ତି ।

ଓଡିଶାର ଚାଷୀଙ୍କ ପାଇଁ ଛିଡା ହେବା ପରିବର୍ତ୍ତେ ବିଜେପି ସାଂସଦମାନେ ଏହି ସମସ୍ୟାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଥିବା ସସ୍ମିତ ଅଭିଯୋଗ କରିଛନ୍ତି । ବିଜେପି ସାଂସଦଙ୍କର କୃଷକ ବିରୋଧୀ ଷ୍ଟାଣ୍ଡ ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି ବୋଲି ସସ୍ମିତ କହିଛନ୍ତି । ଚାଷୀଙ୍କର ପ୍ରକୃତ ପ୍ରସଙ୍ଗର ରାଜନୀତିକରଣ କରିବାରେ ବ୍ୟସ୍ତ ଅଛି ବିଜେପି । ବିଜେପିର ଏହି କାର୍ଯ୍ୟରେ ଓଡିଶାର କୃଷକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଗାମୀ ଦିନରେ ଓଡିଶା ବିଜେପିକୁ ଏହାର ଜବାବ ରାଜ୍ୟର କୃଷକ ଦେବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.