ETV Bharat / city

କେନ୍ଦ୍ର ସହଯୋଗରେ ସୁଦୃଢ ହେବ ମହିଳାଙ୍କ ବିକାଶ ଧାରା: ମୁନ୍ନା ଖାଁ

author img

By

Published : Apr 14, 2022, 10:17 PM IST

ମହିଳାଙ୍କ ବିକାଶ ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗ ମିଳିଲେ ଆହୁରି ମହିଳାଙ୍କ ବିକାଶ ହୋଇପାରିବ କହିଲେ ବିଜେଡି ସାଂସଦ ମୁନ୍ନା ଖାଁ । ଅଧିକ ପଢନ୍ତୁ

କେନ୍ଦ୍ର ସହଯୋଗରେ ସୁଦୃଢ ହେବ ମହିଳାଙ୍କ ବିକାଶ ଧାରା: ମୁନ୍ନା ଖାଁ
କେନ୍ଦ୍ର ସହଯୋଗରେ ସୁଦୃଢ ହେବ ମହିଳାଙ୍କ ବିକାଶ ଧାରା: ମୁନ୍ନା ଖାଁ

ଭୁବନେଶ୍ବର: ମହିଳାଙ୍କ ବିକାଶ ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗ ମିଳିଲେ ଆହୁରି ମହିଳାଙ୍କ ବିକାଶ ହୋଇପାରିବ । ସଙ୍ଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ କାର୍ଯ୍ୟ କଲେ ମହିଳାଙ୍କ ବିକାଶ ହୋଇପାରିବ କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ମହିଳାଙ୍କ ବିକାଶ ପାଇଁ ମିଶନ ପୋଷଣ ୨.୦, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟକୁ ସ୍ୱାଗତ କରିଛି ବିଜେଡି ।

ମହିଳା ବିକାଶ ନେଇ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନିଆଯାଇଥିବା ଅନେକ ପଦକ୍ଷେପ ସାରା ଦେଶରେ ଗ୍ରହଣୀୟ ହୋଇଛି । ଅନ୍ୟ ରାଜ୍ୟରେ ବି ଏମିତି ପଦକ୍ଷେପ ନେଇ ନାହାନ୍ତି । ମହିଳାଙ୍କ ବିକାଶ କ୍ଷେତ୍ରରେ ଓଡ଼ିଶା 1 ନମ୍ବର । ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ବିକାଶ ହୋଇଛି । ଗ୍ରାମାଞ୍ଚଳରେ ରହୁଥିବା ମହିଳାଙ୍କୁ ଆଗକୁ ଆଣିବା ଲାଗି ଏସଏଚଜି ଗଠନ କରାଯାଇଛି । ମହିଳାର ଆର୍ଥିକ ବିକାଶ କରାଯାଇଛି । ଏସଏସିଜି ଜରିଆରେ ରାଜ୍ୟରେ 70 ଲକ୍ଷରୁ ଅଧିକ ମହିଳା ସଶକ୍ତିକରଣ କରାଯାଇଛି ବୋଲି ମୁନ୍ନା ଖାଁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଯଦି ରାଜନୈତିକ କ୍ଷେତ୍ର କଥା କହିବା ତେବେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ଗଡ କୁହାଯାଉଥିବା ଆସ୍କାକୁ ମଧ୍ୟ ଜଣେ ଏସଏଚଜି ମହିଳାଙ୍କୁ ପ୍ରଦାନ କରାଯାଇଛି । 67 ପ୍ରତିଶତ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଗତକାଲି ଭୁବନେଶ୍ୱରରେ ମିଶନ ପୋଷଣ ୨.୦, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ ଯୋଜନାର ସଫଳ ରୂପାୟନ ପାଇଁ ବ୍ଲୁ ପ୍ରିଣ୍ଟ ହୋଇଛି । କେନ୍ଦ୍ର-ରାଜ୍ୟ ମିଳିତ ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବା ଦରକାର । କେନ୍ଦ୍ରର ସହଯୋଗ ମିଳିଲେ ରାଜ୍ୟ ମହିଳାଙ୍କ ବିକାଶ କ୍ଷେତ୍ରରେ ଆହୁରି ଅନେକ ପଦକ୍ଷେପ ନେଇପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.