ETV Bharat / city

ଅପରାଜିତାଙ୍କ ଅଭିଯୋଗର ଜବାବ ଦେଲା ବିଜେଡି

author img

By

Published : Mar 12, 2022, 8:43 PM IST

ପଶ୍ଚିମବଙ୍ଗ ଭଳି ଓଡିଶାରେ ନିର୍ବାଚନୀ ହିଂସା ହେବା ସହ ଟଙ୍କା ଦେଇ ଭୋଟ କିଣାଯାଉଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ଏଭଳି ମନ୍ତବ୍ୟର ଜବାବ ଦେଇଛି ବିଜେଡି । ଅଧିକ ପଢନ୍ତୁ

ଅପରାଜିତାଙ୍କ ଅଭିଯୋଗର ଜବାବ ଦେଲା ବିଜେଡି
ଅପରାଜିତାଙ୍କ ଅଭିଯୋଗର ଜବାବ ଦେଲା ବିଜେଡି

ଭୁବନେଶ୍ବର : ପଶ୍ଚିମବଙ୍ଗ ଭଳି ଓଡିଶାରେ ନିର୍ବାଚନୀ ହିଂସା ହେବା ସହ ଟଙ୍କା ଦେଇ ଭୋଟ କିଣାଯାଉଛି । ଏଭଳି ମନ୍ତବ୍ୟ ଦେଇଥିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ଏଭଳି ମନ୍ତବ୍ୟର ଜବାବ ଦେଇଛି ବିଜେଡି ।

ଅପରାଜିତାଙ୍କ ଅଭିଯୋଗର ଜବାବ ଦେଲା ବିଜେଡି

ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଓଡିଶାବାସୀ ଏହି ଅଭିଯୋଗର ଜବାବ ଦେଇ ସାରିଛନ୍ତି । ମୁଁ କହିବି ଏହାଠୁ ଅଧିକ ହାସ୍ୟାସ୍ପଦ କଥା କିଛି ନାହିଁ । ଓଡ଼ିଶାରେ ଘଟୁଥିବା ହିଂସା ପଶ୍ଚିମବଙ୍ଗ କି ଅନ୍ୟ କୌଣସି ରାଜ୍ୟ ସହ ତୁଳନା କରା ନ ଯାଇ ପାରେ ।

ଏହାବି ପଢନ୍ତୁ : Banapur Violence: ଗିରଫ ହେବେ ବାହୁବଳୀ ବିଧାୟକ, ବାଣପୁର ଏନଏସି ଅଞ୍ଚଳରେ ୧୪୪ ଲାଗୁ

ଓଡିଶାବାସୀଙ୍କୁ ଶକ୍ତ ଚାପୁଡ଼ା ମାରିବା ଭଳି ଏହି କଥା କୁହାଯାଇଛି । ଓଡିଶାବାସୀ ଶାନ୍ତି ପ୍ରିୟ । ସେମାନେ କେବେ ହିଂସାକୁ ଯାଆନ୍ତି ନାହିଁ । ଛୋଟିଆ ମୋଟିଆ କେଉଁଠି କଣ ହୋଇଛି ତାକୁ ବଡ ବଡ ରାଜ୍ୟର ହିଂସା ସହ ତୁଳନା କରିବା ଓଡିଶା ବାସୀଙ୍କୁ ଅପମାନ । ପଞ୍ଚାୟତ ନିର୍ବାଚନ ହରିବା ପରେ ଯେଉଁ ଜ୍ଵର ହେଇଛି ସେଥିପାଇଁ ପୌର ନିର୍ବାଚନ କଥା ଭାବି କି ଏପରି କହୁଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.