ETV Bharat / city

ଓଡିଶାରେ ପଡିବ ନାହିଁ ପ୍ରଭାବ: ଅମର ପଟ୍ଟନାୟକ - ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ବିଜେଡିର ପ୍ରତିକ୍ରିୟା

ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେଉଛି । ଉତ୍ତର ପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଆଉ କିଛି ସମୟ ପରେ ଚିତ୍ର ସ୍ପଷ୍ଟ ହେବ । ଅଧିକ ପଢନ୍ତୁ

ପ୍ରଭାବ ଓଡିଶାରେ ପଡିବ ନାହିଁ ପ୍ରଭାବ: ଅମର ପଟ୍ଟନାୟକ

author img

By

Published : Mar 10, 2022, 5:25 PM IST

ଭୁବନେଶ୍ବର: ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେଉଛି । ଉତ୍ତର ପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଆଉ କିଛି ସମୟ ପରେ ଚିତ୍ର ସ୍ପଷ୍ଟ ହେବ । ଜନାଦେଶ ବିଜେପି ସପକ୍ଷରେ ଯିବାର ଚିତ୍ର ଦେଖାଯାଉଛି ।

ପ୍ରଭାବ ଓଡିଶାରେ ପଡିବ ନାହିଁ ପ୍ରଭାବ: ଅମର ପଟ୍ଟନାୟକ

ସେହିପରି ବିଜେପି ୟୁପିରେ ସରକାର ଗଢିବା ନିଶ୍ଚିତ ହୋଇ ସାରିଛି । ଏଥିସହ ଉତ୍ତରାଖଣ୍ଡରେ ମଧ୍ୟ ବିଜେପି, ପଞ୍ଜାବରେ ଆପ, ମଣିପୁରରେ ବିଜେପି, ଗୋଆରେ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ତେବେ ଜାତୀୟ ଦଳ ଭାବରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି ।

ପଞ୍ଜାବରେ ଆପ କଂଗ୍ରେସ ହାତରୁ ସରକାର ଛଡାଇ ନେଇଛି । ଉତ୍ତରପ୍ରଦେଶରେ ବିଜେପି ଭୋଟ ହାର କମିଛି । ସମାଜବାଦୀ ପାର୍ଟି ଭୋଟ ହାର ବୃଦ୍ଧି ପାଇଛି ।

ଅନ୍ୟପଟେ ଓଡିଶା ଉପରେ କଣ ପ୍ରଭାବ ପଡିବ ଏନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଶାର ବାହାର ରାଜ୍ୟର ଫଳାଫଳ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ଭୋଟ ସେୟାର ଦେଖିଲେ ଉତ୍ତର ପ୍ରଦେଶରେ ବିଜେପି ଚାରି ପ୍ରତିଶତ ଭୋଟ ବଢି ଥିବା ବେଳେ ସମାଜବାଦୀ ପାର୍ଟିର ୧୨ ପ୍ରତିଶତ ବଢିଛି ।

କଂଗ୍ରେସ ଏବଂ ବିଏସପିର ଭୋଟ କମିଛି । ଲୋକାଲ ଫ୍ୟାକ୍ଟର ଏବଂ ଲୋକାଲ ଲିଡର ପ୍ରଭାବ ରହୁଛି ବୋଲି ଅମର କହିଛନ୍ତି । ଓଡିଶାରେ ନିର୍ବାଚନ ଆହୁରି ଦୁଇ ବର୍ଷ ଅଛି । ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତେବେ ଆଞ୍ଚଳିକ ପାର୍ଟିର ପ୍ରଭାବ ରହିବ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.