ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି-ବିଜେଡ଼ି ଟ୍ବିଟର ୱାର୍‌

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ବିଜେପି ରାଜ୍ୟ ସଭାପିତ ସମୀର ମହାନ୍ତିଙ୍କ ଟ୍ବିଟ ପରେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 12, 2022, 6:24 PM IST

Updated : Jun 12, 2022, 8:22 PM IST

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ: ବିଜେପି ରାଜ୍ୟ ସଭାପତିଙ୍କ ଟ୍ବିଟ ପରେ ବିଜେଡ଼ିର ପ୍ରତିକ୍ରିୟା

ଭୁବନେଶ୍ବର: ଇଟାଲୀ ଓ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୦ ତାରିଖରୁ ୧୦ ଦିନିଆ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଉଥିବା ବେଳେ ଏହାକୁ ନେଇ ତେଜୁଛି ରାଜନୀତି । ବଜେଟ ଅଧିବେଶନ ସମୟରେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତ ନେଇ ଅସନ୍ତୋଷ ବ୍ୟକ୍ତ କରିଛି BJP । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୀତି ନ କରିବାକୁ ବିଜେପି ରାଜ୍ୟ ସଭାପତିଙ୍କ ଟ୍ବିଟ ପରେ ପ୍ରତିକ୍ରିୟା ରଖି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି-ବିଜେଡ଼ି ଟ୍ବିଟର ୱାର୍‌

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସମୀର ଲେଖିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା । ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ନ ରହିବା ଗ୍ରହଣୀୟ ନୁହେଁ । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ିହେବା ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ।"

  • ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା । ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ନ ରହିବା ଗ୍ରହଣୀୟ ନୁହେଁ । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ; ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ।

    — Samir Mohanty (@SamirMohantyBJP) June 12, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ଦଶନ୍ଧି ପରେ 10 ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

  • ରାଜ୍ୟ ବିଜେପି ସଭାପତି ବିନା ତଥ୍ୟ ଆଧାରରେ ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଭିତ୍ତିରେ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ମାନ୍ୟବର ମୁଖ୍ୟମନ୍ତ୍ରୀ ସଦାବେଳେ ସମର୍ପିତ ଭାବେ କାର୍ଯ୍ୟ କରିଆସୁଥିବାରୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। pic.twitter.com/CVWOyjU2k3

    — Dr Lenin Mohanty (@DrLeninMohanty1) June 12, 2022 " class="align-text-top noRightClick twitterSection" data=" ">

ଏହାର ଉତ୍ତରରେ ବିଜେଡି ସାଂସଦ ଅମର କହିଛନ୍ତି ଯେ, "ମୋତେ ଲାଗୁଛି ବିଜେପି ସଭାପତି ବୋଧେ ଜାଣି ନାହାନ୍ତି କେନ୍ଦ୍ର ସରକାର ସ୍ତରରେ କିପରି ଭାବେ ଅନ୍ୟ ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଯଦି ଦରକାର ପଡେ ଦେଶର ବୃହତ୍ତର ସ୍ଵାର୍ଥ ପାଇଁ ବାହାରକୁ ଯାଆନ୍ତି କି ନାହିଁ ସେ ବିଷୟରେ ଥରେ ସେ ଅନୁଧ୍ୟାନ କରନ୍ତୁ । ଓଡ଼ିଶାର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବାହାରକୁ ଯାଉଛନ୍ତି ତେଣୁ ଏଇଟାକୁ ସମସ୍ତେ ସ୍ବାଗତ କରିବା କଥା । ତାହା ଉପରେ କୌଣସି ବାଦବିବାଦ କରିବା କଥା ନୁହେଁ ।"

ସେପଟେ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ବିରୋଧ କରିଛି । ବଜେଟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ବିଧାନସଭାର ମର୍ଯ୍ୟାଦା ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥିତ ରୁହନ୍ତୁ । ରାଜ୍ୟର ଅନେକ ବିଷୟ ଆଲୋଚନା ହେବ । ଅଧିବେଶନ ଶେଷ ହେବା ପରେ ବିଦେଶ ଗଲେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 12, 2022, 8:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.