ETV Bharat / city

Sansad Ratna award: ଅମର ପଟ୍ଟନାୟକଙ୍କ ସମେତ 11 ସାଂସଦ ପାଇବେ ପୁରସ୍କାର - ଦେଶର 11 ସାଂସଦ ପାଇବେ ସାଂସଦ ରତ୍ନ ପୁରସ୍କାର

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପାଇବେ ସାଂସଦ ରତ୍ନ ପରସ୍କାର। ସାଂସଦ ରତ୍ନ ପୁରସ୍କାର ପାଇଁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ସାଂସଦ ରତ୍ନ ପୁରସ୍କାର କମିଟି ଦ୍ବାରା ଘୋଷଣା ହୋଇଛି 2022ର ସାଂସଦ ରତ୍ନ ପୁରସ୍କାର । ଉଭୟ ଲୋକସଭା ଓ ରାଜ୍ୟସଭାର ୧୧ଜଣ ସାଂସଦ ପାଇବେ ଏହି ପୁରସ୍କାର । ଅଧିକ ପଢନ୍ତୁ

ସାଂସଦ ଅମର ପଟ୍ଟନାୟକ
ସାଂସଦ ଅମର ପଟ୍ଟନାୟକ
author img

By

Published : Feb 23, 2022, 5:49 PM IST

ଭୁବନେଶ୍ବର: ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପାଇବେ ସାଂସଦ ରତ୍ନ ପରସ୍କାର । ସାଂସଦ ରତ୍ନ ପୁରସ୍କାର ପାଇଁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ସାଂସଦ ରତ୍ନ ପୁରସ୍କାର କମିଟି ଦ୍ବାରା ଘୋଷଣା ହୋଇଛି 2022ର ସାଂସଦ ରତ୍ନ ପୁରସ୍କାର । ଉଭୟ ଲୋକସଭା ଓ ରାଜ୍ୟସଭାର ୧୧ଜଣ ସାଂସଦ ପାଇବେ ଏହି ପୁରସ୍କାର । ଏହାସହ ଚାରୋଟି ସଂସଦୀୟ କମିଟି, ଓ 2 ଜଣ ଭେଟେରାନ ନେତାଙ୍କୁ ମଧ୍ୟ ମନୋନୀତ କରାଯାଇଛି ।

ବର୍ତ୍ତମାନ ସାଂସଦ ଥିବା ବର୍ଗରେ ସାଂସଦ ଡକ୍ଟର ଅମର ପଟ୍ଟନାୟକ, NCP ରୁ ଡକ୍ଟର ଫୌଜିଆ ତେହସିନ ଅହମ୍ମଦ ଖାନ ପୁରସ୍କୃତ ହେବେ । ଏହାବାଦ କାର୍ଯ୍ୟକାଳ ପୂରଣ କରିଥିବା ବର୍ଗରେ ସିପିଆଇଏମ ସାଂସଦ କେକେ ରାଗେଶଙ୍କୁ ବି ମିଳବ ପୁରସ୍କାର । ଜୀବନବ୍ୟାପୀ ସାଧନା ବର୍ଗରେ ବରିଷ୍ଠ ବିଜେପି ନେତା ଡକ୍ଟର ଏନଭି ହାଣ୍ଡେ ଓ ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲିଙ୍କୁ ମନୋନୀତ କରାଯାଇଛି।

ସେହିପରି ସ୍ଵତନ୍ତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିବା ୪ ଟି ସଂସଦୀୟ କମିଟି ହେଉଛନ୍ତି ଅର୍ଥ କମିଟି, ଅଧ୍ୟକ୍ଷ- ଜୟନ୍ତ ସିହ୍ନା, କୃଷି କମିଟି, ଅଧ୍ୟକ୍ଷ-ପିସି ଗଡିଗୌଡାର, ଶ୍ରମ କମିଟି, ଅଧ୍ୟକ୍ଷ -ଭର୍ତ୍ତୃହରି ମହତାବ ଓ ଶିକ୍ଷା କମିଟି, ଅଧ୍ୟକ୍ଷ- ବିନୟ ସହସ୍ରବୁଦ୍ଧ।

ସୂଚନାଯୋଗ୍ୟଯେ ପୂର୍ବତନ ଦିଂବଗତ ରାଷ୍ଟ୍ରପତି ଡା. ଏପିଜେ ଅବଦୁଲ କଲାମଙ୍କ ପରାମର୍ଶ ଅନୁସାରେ ସାଂସଦ ରତ୍ନ ପୁରସ୍କାର ଆରମ୍ଭ ହୋଇଥିଲା। ସେତେବେଳେ କଲାମ କହିଥିଲେ ଭାରତୀୟ ସଂସଦରେ ‘ସର୍ବଶ୍ରେଷ୍ଠ ପ୍ରଦର୍ଶନ’ କରିଥିବା ସାଂସଦ (ଉଭୟ ସଦନ) ମାନଙ୍କୁ ସମ୍ମାନିତ କରିବା। ଯାହା ବର୍ଷ ୨୦୧୦ ରେ ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ଓ ଇ-ମାଗାଜିନ ପ୍ରିସେନ୍ସ ର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିଲା । ଆଉ ବର୍ଷ ୨୦୧୦ ରେ ଚେନ୍ନାଇରେ ଏହାର ପ୍ରଥମ ପୁରସ୍କାର ତଥା ସାଂସଦ ରତ୍ନ’ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶର ୭୫ ଜଣ ସାଂସଦଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଘୋଷଣା ହୋଇଥିବା ପୁରସ୍କାର ଆସନ୍ତା 26 ତାରିଖରେ ପ୍ରଦନ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.