ETV Bharat / city

ଓବିସି ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ସୌମ୍ୟରଞ୍ଜନ

author img

By

Published : Mar 4, 2021, 1:08 PM IST

Updated : Mar 4, 2021, 5:14 PM IST

ଓବିସି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

ସୌମ୍ୟରଞ୍ଜନ
ସୌମ୍ୟରଞ୍ଜନ

ଭୁବନେଶ୍ବର: ଓବିସି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଘେରିବା ପରେ ଏହାର ଜବାବ ରଖିଛି ବିଜେଡି । ଏତେ ଦିନ ଗଲା ଆଉ ଦେଢ ମାସ ପାଇଁ କାହିଁକି ଏତେ ବ୍ୟସ୍ତ ବିବ୍ରତ ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସୌମ୍ୟରଞ୍ଜନ

ଆମର ଓବିସି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଚିହ୍ନଟ ହୋଇଗଲା ପରେ ସବୁ ଅଧିକାର ମିଳିଯିବ । ସରକାର ଗୋଟେ ସଂକଳ୍ପ ନେଇଛନ୍ତି ମାସେରୁ ଦେଢ଼ ମାସ ଭିତରେ ହୋଇଯିବ । ସେ ସେତିକି ସମୟ ଅପେକ୍ଷା କରନ୍ତୁ, ବୋଲି କହିଛନ୍ତି ସୌମ୍ୟରଞ୍ଜନ ।

ପ୍ରତାପ ଜେନା

ତେବେ ରାଜନୈତିକ ପ୍ରସଙ୍ଗ ତିଆରି କରିବା ପାଇଁ ଯେକୌଣସି ପ୍ରସଙ୍ଗକୁ ନିଆଯାଇ ପାରେ । ପ୍ରଥମେ ଗୋଟେ କଥା ବିଜେପି ନେତୃମଣ୍ଡଳୀ ଉତ୍ତର ଦିଅନ୍ତୁ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ କାହିଁକି ବିଜେପିର ତିନି ନେତା ତିନି କଥା କହୁଛନ୍ତି । ତାଙ୍କ ଭିତରେ ଆଗେ ସହମତି ହେଇଯାଉ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସୂଚନା ଥାଉକି, ଓବିସି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ୍‌ କରିଥିଲେ । ସରକାର ଏହାକୁ ଶୀଘ୍ର ଲାଗୁ କରିବାକୁ ସେ ଦାବି କରିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 4, 2021, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.