ETV Bharat / city

Soumya Targets BJP; ଦଳ ସପକ୍ଷରେ ବାହାରିଲେ ସୌମ୍ୟ, UP ହିଂସା ନେଇ ବିଜେପିକୁ ପଚାରିଲେ ପ୍ରଶ୍ନ

author img

By

Published : Nov 29, 2021, 7:33 PM IST

ନରମିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ (BJD MLA Soumya Ranjan Patnaik) । ପୂର୍ବରୁ ଆଲେଖ୍ୟ ଲେଖି ସରକାର ଓ ଦଳକୁ ଘାଇଲା କରୁଥିବା ସୌମ୍ୟ ଏବେ ଦଳ ସପକ୍ଷରେ ବାହାରିଛନ୍ତି । ମମିତା ପ୍ରସଙ୍ଗରେ (Mamita Meher Murder Case) ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କଲେ ସୌମ୍ୟ । ଅଧିକ ପଢନ୍ତୁ

BJD MLA Soumya ranjan Patnaik target to BJP on Mamita meher issue
ନରମିଲେ BJD MLA Soumya ranjan Patnaik ବିଜେପିକୁ କଲେ ଟାର୍ଗେଟ

ଭୁବନେଶ୍ବର: ନରମିଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ (BJD MLA Soumya ranjan Patnaik) । ଏଥର ବିଜେପିକୁ କଲେ ଟାର୍ଗେଟ । ସବୁବେଳେ ଶାସକ ଦଳକୁ ଟାର୍ଗେଟ କରୁଥିବ ସୌମ୍ୟ ଏଥର ଶାସକ ଦଳକୁ ସୁହାଇଲା ଭଳି ବୟାନ ରଖିଛନ୍ତି । ସେ ମମିତା ମେହେର ପ୍ରସଙ୍ଗକୁ (Mamita Meher Murder Case) ଲଖିମପୁର ଖେରୀ ଘଟଣା (Lakhimpur kheri violence) ସହିତ ତୁଳନା କରିଛନ୍ତି । ଶାସକ ଦଳ ସପକ୍ଷରେ ବାହାରିଛନ୍ତି । ସେହିପରି ବିଧାନସଭା ଅଧିବେଶନକୁ ନେଇ ମଧ୍ୟ ମତ ରଖିଛନ୍ତି ସୌମ୍ୟ ।

ନରମିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପୂର୍ବରୁ ଆଲେଖ୍ୟ ଲେଖି ସରକାର ଓ ଦଳକୁ ଘାଇଲା କରୁଥିବା ସୌମ୍ୟ ଏବେ ଦଳ ସପକ୍ଷରେ ବାହାରିଛନ୍ତି । ମମିତା ପ୍ରସଙ୍ଗରେ ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କଲେ ସୌମ୍ୟ । କହିଲେ ବିଧାନସଭା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଯେ ମନ୍ତ୍ରୀଙ୍କୁ ବିଧାନସଭାରେ ପୂରାଇ ଦେବେ ନାହିଁ । ଏମିତି କରିବା ମାନେ ତାହା ଦାଦାଗିରି । ନ ପୁରେଇ ଦେବା ପାଇଁ ସେମାନେ କିଏ । ଇସ୍ତଫା ଦାବି କରୁ ନାହାନ୍ତି କିଏ ମନା କରୁଛି । ତାଙ୍କର ଅଧିକାର ଅଛି ଇସ୍ତଫା ଦାବି କରିବେ । ଏ ସବୁ ଦାବିର ଲୋକ ଉପରେ କଣ ପ୍ରଭାବ ପଡୁନି । ତେଣୁ ପଞ୍ଚାୟତ ନିର୍ବାଚନକୁ ଅପେକ୍ଷା କରନ୍ତୁ । ନିର୍ବାଚନ ଏକମାତ୍ର ବାଟ ସରକାର କି ବିରୋଧୀ ଦଳଙ୍କ ସପକ୍ଷରେ ମତ ରହିଛି । ଆଇନଶୃଙ୍ଖଳା ହେଉ କି ଅନ୍ୟ ଯାହା ପ୍ରସଙ୍ଗ ହେଉ ଗୃହରେ ଏ ବିଷୟରେ ଆଲୋଚନା ହେଉ ମୁଁ ତାହାର ସପକ୍ଷରେ ରହିଛି ।

ଇତିହାସ କହୁଛି ଆଗରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉଥିଲେ ମାତ୍ର ଏବେ କାହିଁକି ନେଉ ନାହାନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ମୋତେ କାହିଁକି ପଚାରୁଛନ୍ତି । ବିଜେପି ଯାହା କହୁଛି ୟୁପି କଥାରେ କାହିଁକି ଆଲୋଚନା କରୁନି । ତାଙ୍କ ପୁଅ ଗିରଫ ହୋଇଗଲେ କଣ ତାହା ଯଥେଷ୍ଟ କି । ସେ ମନ୍ତ୍ରୀ କାହିଁକି ଅଛନ୍ତି । ଏ ସବୁ ଗୋଟିଏ ଲାଉର ମଞ୍ଜି । ମୁଁ କେତେବେଳେ ବିଧାୟକ ଅଛି କେତେବେଳେ ସାମ୍ବାଦିକ ଅଛି କେତେବେଳେ ଦଳରେ ଅଛି ଜାଣି ପାରୁନି ବୋଲି ଅସୁବିଧାରେ ପଡୁଛି ।

ସେହିପରି ବିଧାନସଭାରେ ବିରୋଧୀଙ୍କ ପ୍ରସଙ୍ଗକୁ ଶାସକ ଦଳ ସବୁବେଳେ ମୁକାବିଲା କରି ଆସିଛି । ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବାଚସ୍ପତିଙ୍କୁ ସମସ୍ତେ ସହଯୋଗ କଲେ ବିଧାନସଭା ଆଲୋଚନାର ପ୍ରାସଙ୍ଗିକତା ବଢିବ । ଏଥର ବିଧାନସଭା ଗତ ଥର ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ହେବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.