ETV Bharat / city

Budget Session: ନଦୀ ଜଳ ଶୁଷ୍କ ନେଇ ଗୃହରେ ସୌମ୍ୟଙ୍କ ଉଦବେଗ

author img

By

Published : Mar 31, 2022, 3:59 PM IST

Updated : Mar 31, 2022, 4:36 PM IST

ରାଜ୍ୟ ସରକାର ବିରୋଧରେ ଗୃହରେ ବର୍ଷିଲେ ଶାସକ ଦଳ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ରାଜ୍ୟରେ ନଦୀ ପ୍ରଦୂଷଣ ବଢୁଥିବା ବେଳେ ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରି ସେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

Budget Session: ନଦୀ ଜଳ ଶୁଷ୍କ ନେଇ ଗୃହରେ ସୌମ୍ୟଙ୍କ ଉଦବେଗ ପ୍ରକାଶ

ଭୁବନେଶ୍ବର: ଆଜି(ଗୁରୁବାର) ବିଧାନସଭା ଅଧିବେଶନର ଶେଷ ଦିନ ହୋଇଥିବା ବେଳେ ଉଠିଛି ନଦୀ ଜଳ ପ୍ରଦୂଷଣ ପ୍ରସଙ୍ଗ । ରାଜ୍ୟରେ ନଦୀ ଜଳ ପ୍ରଦୂଷଣ ବଢି ଚାଲିଥିବା ବେଳେ ଉଦବେଗ ପ୍ରକାଶ କରିଛନ୍ତି ଶାସକ ଦଳ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସରକାର କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ନଦୀ ଜଳ ଆମର ଏକ ବଡ଼ ସମ୍ପଦ । ହେଲେ ସରକାର ପିଇବା ପାଣି ଯୋଗାଇବା ପରିବର୍ତ୍ତେ ଶିଳ୍ପ ପାଇଁ ପାଣି ଦେଉଥିବା ସେ ଅଭିଯୋଗ ଆଣିଛନ୍ତି ।

ନଦୀ ଜଳ ଶୁଷ୍କ ନେଇ ଗୃହରେ ସୌମ୍ୟଙ୍କ ଉଦବେଗ

ଏହି ପ୍ରସଙ୍ଗ ଉପରେ ବିଧାୟକ ସୌମ୍ୟ କହିଛନ୍ତି ଯେ, "ନଦୀ ଜଳ ଆମର ଏକ ବଡ଼ ସମ୍ପଦ । ସରକାର ଏଥିପାଇଁ ଜଳ ନୀତି ଆଣିଛନ୍ତି । ମାତ୍ର ସେ ଜଳ ନୀତିର ମାନେ କ'ଣ ? ମୋ ମତରେ ଜଳ ନୀତି ଅର୍ଥ ହେଲା ପିଇବା ପାଣି ଯୋଗାଇବା, କୃଷି ପାଇଁ ଦେବା ଓ ତା ପରେ ପର୍ଯ୍ୟଟନ । ମାତ୍ର ଏବେ ଶିଳ୍ପ ପାଇଁ ପାଣି ଦେବାକୁ ବ୍ୟାକୁଳ ମାତ୍ର ପିଇବା ପାଣି ପାଇଁ ନୁହେଁ ।" ବୈତରଣୀ ନଦୀରୁ ସେ ଅଞ୍ଚଳର ଲୋକେ ପାଣି ପାଉନାହାନ୍ତି । କିନ୍ତୁ ସେ ନଦୀ ରୁ ଶିଳ୍ପ ପାଇଁ ପାଣି ଦିଆଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଶୁକ ପାଇକ ଭଳି ନଦୀର ପୁନରୁଦ୍ଧାର ପାଇଁ କିଛି ବ୍ୟବସ୍ଥା ନାହିଁ । ଏବେ ନଦୀ ମାଫିଆ ବାହାରିଲେଣି । ଶୁଖି ଯାଉଥିବା ନଦୀକୁ ଅପହରଣ କରି ନେଉଛନ୍ତି । ମନ୍ତ୍ରୀଙ୍କ ଅଭିଯୋଗ ପରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ । ସେ କହିଛନ୍ତି ଯେ, "ମୁଁ ସଭ୍ୟଙ୍କ ମନ୍ତବ୍ୟ ସହ ଏକ ମତ ହୋଇ ପାରୁନି । ବିଭାଗ ଆମର ସଜାଗ ଅଛି । ଯେଉଁଠି ନଦୀ ଶୁଷ୍କ ହେଉଛି ସେଠି ଜଳ ପ୍ରବାହିତ ପାଇଁ ବିଭାଗ ପଦକ୍ଷେପ ନେଉଛି । ନିଜସ୍ୱ ବିଭାଗରୁ ଖର୍ଚ୍ଚ କରୁଛୁ । ସୂଚନା, ଶିକ୍ଷା ସଂଚାର ମାଧ୍ୟମରେ ଜଳ ପରିଚାଳନା ନେଇ ସଚେତନତା ସୃଷ୍ଟି କରୁଛୁ, ସରକାର ଜଳ ନୀତି 2007 ପୁନଃ ନିରୀକ୍ଷଣ କରି ନୂଆ ନୀତି କରିବା ପାଇଁ ଯୋଜନା କରୁଛୁ।"

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଲ୍ୟାଣ୍ଡ ଆଣ୍ଡ ଓ୍ୱାଟର କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ର କରିବାକୁ ଯୋଜନା କରାଯାଇଛି । ୟୁଥ ଫର ଓ୍ୱାଟର, ମୋ ନଦୀ ଯୋଜନା ମାଧ୍ୟମରେ ବିଭିନ୍ନ ଅଂଶୀଦାର ମାନଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇ ଜଳ ପରିଚାଳନା ଏବଂ ଜଳ ସାକ୍ଷରତା ପାଇଁ ଚେଷ୍ଟା ଜାରି ରହିଛି । ଏଥିପାଇଁ କୌଣସି ବଜେଟର ବ୍ୟବସ୍ଥା ହୋଇନାହିଁ କି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇ ନାହିଁ । ବିଶ୍ବ ବ୍ୟାଙ୍କ ହେଉ ବା ଅନ୍ୟ ଆର୍ଥିକ ସଂସ୍ଥା ଠାରୁ ସହାୟତା ନେବା ପାଇଁ କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 31, 2022, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.