ଭୁବନେଶ୍ବର: ପରୀ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଭିଡିଓ ଭାଇରାଲ ଘଟଣାରେ ପରୀ ହତ୍ୟାକାଣ୍ଡ ମାମଲାରେ ବିଜେପିକୁ କଡା ଜବାବ ଦେଇଛନ୍ତି ବିଜେଡି ବିଧାୟିକା ।
ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତର ଭିଡିଓ ଭାଇରାଲ ଘଟଣାରେ ବିଜେପି ଉଠାଇଥିବା ପ୍ରଶ୍ନର ଜବାବରେ ସ୍ନେହାଙ୍ଗିନ କହିଛନ୍ତି ଯେ ବିଜେପି ପ୍ରତିକଥା ଭଳି ଏହି ଘଟଣାରେ ବି ବିଜେପି ଲୋକଙ୍କୁ ବିଭ୍ରାନ୍ତି କରୁଛି । ଓଡ଼ିଶାର ଲୋକଙ୍କୁ ବିଭ୍ରାନ୍ତି କରୁଛି ବିଜେପି । ରାଜ୍ୟ ସରକାର ବାରମ୍ବାର ପ୍ରମାଣିତ କରିଛନ୍ତି କେହି ଆଇନର ଉର୍ଦ୍ଧ୍ବରେ ନୁହନ୍ତି । ବିଜେପି ଆଜି ଏଭଳି କହୁଛି କାରଣ ସେମାନେ ଯାହା କହିଥିଲେ ତାହା ଫ୍ଲଫ ହେବାକୁ ଯାଉଛି ସେଥିପାଇଁ ସେମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।
ସୂଚନାଥାଉକି ଗତକାଲି ପରୀ ହତ୍ୟାକାଣ୍ଡ ଅଭିଯୁକ୍ତ ନାବାଳକର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଅଭିଯୁ୍କ୍ତ ନାବାଳକ ଦୋଷ ସ୍ବୀକାରୋକ୍ତି କରିବା ଭିଡିଓ ରହିଛି । ଯାହାକୁ ନେଇ ପରେ ରାଜ୍ୟର ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋରଦାର ହୋଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ