ETV Bharat / city

ଆସନ୍ତା ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ଆହୁରି ବଢିବ: ଶଶୀଭୂଷଣ

author img

By

Published : Sep 10, 2022, 9:50 PM IST

ମିଶନ 2024ରେ ଓଡ଼ିଶାରେ 50 ପ୍ରତିଶତ ଭୋଟ ହାତେଇବା ଲକ୍ଷରେ ରହିଛି ବିଜେପି । ତେବେ ଆସନ୍ତା ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ଆହୁରି ବଢିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ଅଧିକ ପଢ଼ନ୍ତୁ

ଆସନ୍ତା ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ଆହୁରି ବଢିବ: ଶଶୀଭୂଷଣ
ଆସନ୍ତା ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ଆହୁରି ବଢିବ: ଶଶୀଭୂଷଣ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ମାନଙ୍କ ଓଡିଶାକୁ ଏପରି ଗସ୍ତକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତିର ପାଣିପାଗ । 2024 ନିର୍ବାଚନରେ 50 ପ୍ରତିଶତ ଭୋଟ ହାତେଇବା ବିଜେପିର ମିଶନ ଓଡ଼ିଶା ଟାର୍ଗେଟରେ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ମାନଙ୍କର ଘନଘନ ଓଡ଼ିଶା ଗସ୍ତ ଜାରି ରହିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ଏଥିରେ ବିଜେପିର କୌଣସି ଲାଭ ହେବନାହିଁ, ବରଂ ଆସନ୍ତା ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ଆହୁରି ବଢ଼ିବ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମକୁ ନେଇ 37 ହଜାର ବୁଥରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଯୋଜନା କରିଛି ବିଜେପି । ତେବେ ବିଜେପିର ମିଶନକୁ ଦେଖି ଦଳୀୟ ନେତାଙ୍କୁ ଏବେଠୁ କଡା ଟ୍ୟାକ୍ସ ଦେଇଛି ବିଜେଡି । ଦେଢ କୋଟି ଭୋଟର ଟାର୍ଗେଟ ସହ ବ୍ରାଣ୍ଡ ନବୀନ ଓ ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ଦଳ । ବିଜୁ ଜନତା ଦଳର ନେତା ଓ କର୍ମୀମାନେ ଏବା ଦିନରାତି ଏକ କରି ତୃଣମୂଳ ସ୍ତରରୁ ଦଳୀୟ ସଙ୍ଗଠନକୁ ଆହୁରି ମଜବୁତ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, "ବିଧାନସଭାରେ ବିଜେଡି ଧାରାବାହିକ ଭାବେ ସଂଖ୍ୟା ବଢ଼ୁଛି । ଭୋଟ ପ୍ରତିଶତ ମଧ୍ୟ ଅନୁରୂପ ଭାବେ ବଢିବ । ସାଧାରଣ ବାତାବରଣରୁ ଏହା ଅନୁଭବ କରି ହେଉଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ଯେକୌଣସି ସଫଳତାର ସ୍ୱୀକୃତି ପାଉଛନ୍ତି, ସେତେବେଳେ ସାରା ଓଡ଼ିଶାରେ ଆବେଗ ସୃଷ୍ଟି ହେଉଛି । ନବୀନ ଓ ନବୀନଙ୍କ ସଫଳତା ସପକ୍ଷରେ ସୃଷ୍ଟି ହେଉଥିବା ଆବେଗ ଏହା ପ୍ରମାଣିତ କରୁଛି । ଭୋଟ ପ୍ରତିଶତ ବଢ଼ିବାର ଏହା ଏକ ବଡ଼ ପ୍ରମାଣ । କେବଳ ସେତିକି ନୁହେଁ, ଓଡ଼ିଶାରେ ବିଜୁ ଜନତା ଦଳର କର୍ମୀ ମାନେ ତଳ ସ୍ତରରେ ନିଜକୁ ନିୟୋଜିତ କରିଛନ୍ତି । ବର୍ଷ ତମାମ ରାଜ୍ୟ ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସଫଳ ହେଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.