ETV Bharat / city

'ସମାଲୋଚନା କରିବା ରାଜ୍ୟ ବିଜେପିର ପୁରୁଣା ଅଭ୍ୟାସ'

author img

By

Published : Jun 9, 2021, 2:05 PM IST

ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । ସବୁବେଳେ ମିଥ୍ୟା ସମାଲୋଚନା କାହାର ମଙ୍ଗଳ ନୁହେଁ ବୋଲି କହିଲେ ପ୍ରତାପ ଦେବ । ଅଧିକ ପଢନ୍ତୁ...

'ସମାଲୋଚନା କରିବା ରାଜ୍ୟ ବିଜେପିର ପୁରୁଣା ଅଭ୍ୟାସ'
'ସମାଲୋଚନା କରିବା ରାଜ୍ୟ ବିଜେପିର ପୁରୁଣା ଅଭ୍ୟାସ'

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସବୁବେଳେ ଭଲ କାମ କରିଛି । ଯେତେବେଳେ ଓଡ଼ିଶା ସରକାର ଭଲ କାମ କରିଛନ୍ତି, ପ୍ରଧାନମନ୍ତ୍ରୀ ଆସି ଦେଖି ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ସହିତ ଛିଡା ହୋଇଛନ୍ତି । ସହଯୋଗର ହାତ ବି ବଢ଼େଇଛନ୍ତି । ହେଲେ ଏସବୁ ସତ୍ତ୍ବେ ରାଜ୍ୟ ବିଜେପି ସରକାରଙ୍କୁ ପ୍ରତିଟି କ୍ଷେତ୍ରରେ ସମାଲୋଚନା କରିଚାଲିଛି ଏବଂ ଏହା ଦଳର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ ।

ରାଜ୍ୟ ସରକାର ଯେଉଁ ଭଲ କାର୍ଯ୍ୟ କରୁଛନ୍ତି ତାହାକୁ ବିଜେପି ଓଡ଼ିଶା ଶାଖା ଏହା ବୁଝିବା ଦରକାର । ତଥ୍ୟଭିତ୍ତିକ ସମାଲୋଚନା ସ୍ୱାଗତ । ସବୁବେଳେ ମିଥ୍ୟା ସମାଲୋଚନାରେ କାହାର ମଙ୍ଗଳ ହୁଏ ନାହିଁ । ପତ୍ର ପଡ଼ିଲେ ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେମାନେ ବୁଝିବା ଦରକାର ଯେ ଯଦି ରାଜ୍ୟ ସରକାର ଭଲ କାମ କରି ନଥାନ୍ତେ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ଟିମ କାହିଁକି ପ୍ରଶଂସା କରିଥାନ୍ତେ । ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପ୍ରତାପ ଦେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.