ETV Bharat / city

ଦୋଷ ଦୁର୍ବଳତାକୁ ଲୁଚେଇବାକୁ ମଣ୍ଡିରେ ପ୍ରତିବାଦ କରୁଛି ବିଜେପି: ପ୍ରମିଳା

ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି ମଣ୍ଡିରେ ପ୍ରତିବାଦ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ....

author img

By

Published : Jul 1, 2021, 12:46 PM IST

Updated : Jul 1, 2021, 2:16 PM IST

ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ବିଜେପି ମଣ୍ଡିରେ ପ୍ରତିବାଦ କରୁଛି: ପ୍ରମିଳା

ଭୁବନେଶ୍ବର: ଚାଷୀଙ୍କ ମଣ୍ଡି ସମସ୍ୟା ସମ୍ପର୍କରେ ବିଜେପିର ପ୍ରତିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ବିଜେପି ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏହି ପ୍ରତିବାଦ କରୁଛି ବୋଲି ସେ କହିଛନ୍ତି । ଧାନ ଉଠାଇବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଗାଇଡଲାଇନର ସମୟ ଶେଷ ହୋଇଛି । ସରକାର ଗାଇଡ଼ଲାଇନକୁ ବଢାନ୍ତୁ ବୋଲି ସେ ଦାବି କରିଛନ୍ତି ।

ଦୋଷ ଦୁର୍ବଳତାକୁ ଲୁଚେଇବାକୁ ମଣ୍ଡିରେ ପ୍ରତିବାଦ କରୁଛି ବିଜେପି: ପ୍ରମିଳା

କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ମଣ୍ଡିରୁ ଧାନ ସଂଗ୍ରହ କରାଯାଉଛି । ରାଜ୍ୟ ସରକାର ଚାହିଁଲେ ବି ଏହି ଗାଇଡଲାଇନକୁ ବୃଦ୍ଧି କରିପାରିବେ ନାହିଁ । ଏଣୁ ବିଜେପି ନେତାମାନେ ଗାଇଡଲାଇନ ସମୟସୀମାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ କୁହନ୍ତୁ ବୋଲି ବିଧାୟିକା କହିଛନ୍ତି । ବିଜେପି କେବଳ ପ୍ରଚାର ପ୍ରସାର ପାଇଁ ଏଭଳି କରୁଛି । ଲୋକଙ୍କ ମନରେ ଥିବା ଦରଦାମ ବୃଦ୍ଧି ପ୍ରସଙ୍ଗକୁ ହଟାଇବା ପାଇଁ ବିଜେପି ପ୍ରତିବାଦ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ସୂଚନା ଥାଉ କି ରାଜ୍ୟ ବିଜେପି ପକ୍ଷରୁ ଚାଷୀଙ୍କ ସମସ୍ୟା ନେଇ ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରାଯାଉଛି । ସମବାୟ ବିଭାଗ ଓ ଯୋଗାଣ ବିଭାଗ ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସାରଠାରୁ କୀଟନାଶକ ପର୍ଯ୍ୟନ୍ତ କିଛି ଚାଷୀ ପାଖରେ ପହଞ୍ଚୁନି । ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଥିବା ଦଳ ଅଭିଯୋଗ କରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jul 1, 2021, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.