ଭୁବନେଶ୍ବର: ଜିଦରେ ଅଟଳ ଶାସକ ଦଳ । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ବିଧାନସଭା ଚଳାଇ ଦିଆଯିବ ନାହିଁ ବୋଲି କହିଛି ବିଜେଡି ।
କେନ୍ଦ୍ର ପାଖରେ ଅନେକ ଦାବି କରୁଛୁ । ଦାବି ପୂରଣ ନ ହେଲେ କଣ ଆମେ ଆତ୍ମହତ୍ୟା ଉଦ୍ୟମ କରୁଛୁ କି ବୋଲି ପ୍ରଶ୍ନ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ବିଧାୟକ ଆତ୍ମହତ୍ୟା ଉଦ୍ୟମ କରି କି ପରମ୍ପରା ସୃଷ୍ଟି କରୁଛନ୍ତି । କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ କାର୍ଯ୍ୟରେ ସାମିଲ ହେଉଛନ୍ତି ଓ ସବୁ କାର୍ଯ୍ୟର ତଦାରଖ କରୁଛନ୍ତି ବୋଲି ପ୍ରମିଳା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ