ETV Bharat / city

‘ଗରିବ ଲୋକଙ୍କୁ ହଇରାଣ କରୁଛନ୍ତି, ଦଳୀୟ କର୍ମୀଙ୍କୁ ଛାଡୁଛନ୍ତି’

କୋଭିଡ ନିୟମକୁ ଭାଙ୍ଗିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଶାସକ ଦଳର ବିଧାୟକ ହୋଇଥିବାରୁ ନିଆଯାଉନି କାର୍ଯ୍ୟାନୁଷ୍ଠାନ । ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ...

author img

By

Published : Jul 5, 2021, 3:49 PM IST

Updated : Jul 5, 2021, 4:33 PM IST

‘କୋଭିଡ ଗାଇଡଲାଇନକୁ ଫୁ କରିଛନ୍ତି ବିଧାୟକ ବ୍ୟୋମକେଶ’

ଭୁବନେଶ୍ବର : ସାରା ରାଜ୍ୟ ଏବେ କୋରୋନା ମହାମାରୀ କବଳରେ ଥିବାବେଳେ ସରକାରଙ୍କ ଗାଇଡଲାଇନ୍ ଏବେ ମଧ୍ୟ ଜାରି ରହିଛି । ବିବାହ କିମ୍ବା ଶୁଦ୍ଧିକ୍ରିୟା ସବୁଥିରେ ଗାଇଡଲାଇନ୍ ରହିଛି । କିନ୍ତୁ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ନିଜ ବିବାହ ଉତ୍ସବରେ ସରକାରଙ୍କ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଫୁ କରି ଉଡ଼ାଇ ଦେଇଛନ୍ତି । କିନ୍ତୁ ସରକାରୀ ଦଳର ବିଧାୟକ ହୋଇଥିବା କାରଣରୁ ତାଙ୍କ ପ୍ରତି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏପରି ଅଭିଯୋଗ ଆଣିଛି ବିଜେପି ।

ନିକଟରେ ଚିଲିକାରେ ଏକ ହୋଟେଲରେ ବ୍ୟୋମକେଶଙ୍କ ବିବାହ ଉତ୍ସବରେ ଏପରି କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସରକାର ବିବାହ ବ୍ରତ ପାଇଁ ସ୍ଥିର କରିଥିବା କ୍ଷମତା ଠାରୁ ଅଧିକ ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ ବିଧାୟକ ବ୍ୟୋମକେଶ । ତେବେ ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ପରେ ବିଧାୟକ ବ୍ୟୋମକେଶ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗକୁ ଖଣ୍ଡନ କରି ଆସିଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ବ୍ୟୋମକେଶ ସରକାରୀ ଦଳର ବିଧାୟକ ହୋଇଥିବା କାରଣରୁ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jul 5, 2021, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.