ETV Bharat / city

ମାଟ୍ରିକ ପାସ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର: 364 ମାର୍କ ରଖି ହେଲେ କୃତକାର୍ଯ୍ୟ

author img

By

Published : Jul 6, 2022, 9:27 PM IST

୫୮ ବର୍ଷ ବୟସରେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ଯାହା ଏବେ ଫୁଲବାଣୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

ମାଟ୍ରିକ ପାସ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର:364 ମାର୍କ ରଖି ହେଲେ କୃତକାର୍ଯ୍ୟ

ଫୁଲବାଣୀ : ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । 364 ମାର୍କ ରଖି ସେ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ଯାହା ଏବେ ଫୁଲବାଣୀ ନୁହେଁ ପୁରା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । 58 ବର୍ଷ ବୟସରେ ଏ ସଫଳତା ପାଇଥିବା ଯୋଗୁଁ ବିଧାୟକ ମଧ୍ୟ ଖୁବ ଖୁସି ଅଛନ୍ତି ।

1978 ମସିହାରେ ବିଧାୟକ ଦଶମ ପଢୁଥିବାବେଳେ ପାରିବାରିକ ସମସ୍ୟା କାରଣରୁ ସେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ । କାଳକ୍ରମେ ବୟସ ବଢ଼ିବା ସହ ସେ ରାଜନୈତିକ ବ୍ୟସ୍ତତା ଯୋଗୁଁ ସମୟ ବାହାର କରିନପାରି ପାଠପଢ଼ାରୁ ଦୁରେଇ ରହିଥିଲେ । ହେଲେ ଚଳିତ ବର୍ଷ ସେ ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟରେ ସେ ପରୀକ୍ଷାର୍ଥୀ ଭାବେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ରେକର୍ଡ ପ୍ରତିଶତ 90.55 % ରେଜଲ୍ଟ ହୋଇଛି । ମୋଟ 5ଲକ୍ଷ 17 ହଜାର 847 ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.