ETV Bharat / city

ପୁରୁଣା ଅଭିଯୋଗ ସହ ପଞ୍ଚାୟତ ନିର୍ବାଚନ ପରାଜୟ ସ୍ବୀକାର କଲେ ନିରଞ୍ଜନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ସ୍ବୀକାର କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବାରମ୍ବାର ନିର୍ବାଚନ ହାରିବା ପରେ ଆତ୍ମସମୀକ୍ଷା କରୁଛି କଂଗ୍ରେସ । ସବୁବେଳେ ପ୍ରତିଶ୍ରୁତି, ପ୍ରବଞ୍ଚନା ଓ ପ୍ରତାରଣାର ସରକାର କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ଆଜି ଦଳର ପରାଜୟକୁ ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 1, 2022, 9:02 PM IST

BJD misuse public money for electoral gains alleged odisha pcc chief Niranjan Patnaik
ପୁରୁଣା ଅଭିଯୋଗ ସହ ପଞ୍ଚାୟତ ନିର୍ବାଚନ ପରାଜୟ ସ୍ବୀକାର କଲେ ନିରଞ୍ଜନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ( Odisha Panchayat polls) କଂଗ୍ରେସର ଶୋଚନୀୟ ପରାଜୟକୁ ସ୍ବୀକାର କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବାରମ୍ବାର ନିର୍ବାଚନ ହାରିବା ପରେ ଆତ୍ମସମୀକ୍ଷା କରୁଛି କଂଗ୍ରେସ । ସବୁବେଳେ ପ୍ରତିଶ୍ରୁତି, ପ୍ରବଞ୍ଚନା ଓ ପ୍ରତାରଣାର ସରକାର କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ଆଜି ନିଜ ମୁହଁରେ ସ୍ବୀକାର କରିଛନ୍ତି ସରକାରୀ ସ୍କିମ କାମ କରୁଛି, ସରକାରୀ ଯୋଜନା ବଳରେ ବିଜେଡି ନିର୍ବାଚନୀ ଫାଇଦା ନେଉଛି । ତେବେ କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ନିରଞ୍ଜନ । ସ୍ବାସ୍ଥ୍ୟ କାର୍ଡ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଯୋଗୁଁ ବିଜେଡିକୁ ଭୋଟ ମିଳିଛି । ବିପୁଳ ଅର୍ଥ ଖର୍ଚ୍ଚ କରିଥିବାରୁ ବିଜେଡିକୁ ସଫଳତା ମିଳିଥିବା ସେ ଅଭିଯୋଗ କରିଛନ୍ତି । ସରକାରୀ କର୍ମଚାରୀ ନିର୍ବାଚନକୁ ପରିଚାଳନା କରୁଥିବା କହି କଟାକ୍ଷ ମଧ୍ୟ କରିଛନ୍ତି।

ଏହାମଧ୍ୟ ପଢନ୍ତୁ: ନିର୍ବାଚନ ଫଳାଫଳକୁ ନେଇ ମୁଁ ବିସ୍ମିତ ନୁହେଁ: ବିଜୟ ମହାପାତ୍ର

ନିଜ ସହିତ ବିରୋଧୀ ଦଳ ଭାବେ କଂଗ୍ରେସ ଏବଂ ବିଜେପିକୁ ସେ ଦାୟୀ କରିଛନ୍ତି । ସରକାରଙ୍କ ବିଫଳତାକୁ ନେଇ ଜନସାଧାରଣଙ୍କ ପାଖରେ ସଠିକ୍‌ ଭାବେ ପହଞ୍ଚାଇ ପାରିଲେ ନାହିଁ ବୋଲି କହିଛନ୍ତି ନିରଞ୍ଜନ । ତେବେ ପଞ୍ଚାୟତ ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନର କାରଣ- 'ଦଳୀୟ ଅନ୍ତଃକନ୍ଦଳ', 'ପିସିସି ନେତୃତ୍ବ ପ୍ରତି ଚ୍ୟାଲେଞ୍ଜ' ନୁହେଁ କି ପ୍ରଶ୍ନକୁ ସେ ଏଡାଇ ଯାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ପଞ୍ଚାୟତ ପରୀକ୍ଷାରେ ବିଜେଡିର ଫାଷ୍ଟକ୍ଳାସ୍‌, ବିରୋଧୀ ନିରାଶ

ବିଳମ୍ବରେ ପ୍ରାର୍ଥୀ ଚୟନ ତୃଣମୂଳ ସ୍ତରରେ ନିର୍ବାଚନ ପରିଚାଳନାରେ ବିଫଳତା, ଦଳୀୟ ଇସ୍ତାହାର ଗୁରୁତ୍ବ, ବରିଷ୍ଠ ନେତାଙ୍କ ଦଳ ଛାଡିବା ପରାଜୟର କାରଣ ଦର୍ଶାଇଛନ୍ତି । 2017ରେ ପଞ୍ଚାୟତ ନିର୍ବାଚନରେ ଝାରସୁଗୁଡାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଠନ କରିଥିଲା ଦଳ । ହେଲେ ଚଳିତ ଥର ଝାରସୁଗୁଡାରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଦକ୍ଷିଣ ଓଡିଶାରେ ନବରଙ୍ଗପୁରରୁ ଟାଣୁଆ ଆଦିବାସୀ ନେତା ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପରେ କଂଗ୍ରେସକୁ ଭାରି ପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.