ETV Bharat / city

Municipal Campaign: ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ସୁଲୋଚନାଙ୍କ ପ୍ରଚାର ଜୋରଦାର - ସୁଲୋଚନା ଦାସଙ୍କ ପ୍ରଚାର ଜୋରଦାର

ରାଜ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଆରମ୍ଭ ହୋଇଛି ପୌର ଫାଇଟ । ଆଜି(ମଙ୍ଗଳବାର) ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ସୁଲୋଚନା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

Municipal Campaign: ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ସୁଲୋଚନାଙ୍କ ପ୍ରଚାର ଜୋରଦାର

author img

By

Published : Mar 8, 2022, 3:29 PM IST

ଭୁବନେଶ୍ବର: ସରଗରମ ହୋଇଛି ପୌର ଫାଇଟ । ନାମାଙ୍କନ ପତ୍ର ଦାଖଲ ପରେ ଆଜି(ମଙ୍ଗଳବାର)ଠୁ ପ୍ରଚାର ମୈଦାନକୁ ଲମ୍ଫ ମାରିଛନ୍ତି ପ୍ରାର୍ଥୀ । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବାବା ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ତେବେ ସେ ନିଜ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

Municipal Campaign: ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ସୁଲୋଚନାଙ୍କ ପ୍ରଚାର ଜୋରଦାର

ଭୁବନେଶ୍ବର ମହାନଗର ନଗରର ବିଜେଡି ପ୍ରାର୍ଥୀ ଭାବେ ସୁଲୋଚନା ଗତକାଲି ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ସୁଲୋଚନା ପ୍ରଚାର ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ଲାଭ କରି ପ୍ରଚାର ଆରମ୍ଭ କରିଛନ୍ତି ସୁଲୋଚନା । ସାଥୀରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଓ ସମର୍ଥକମାନେ ରହିଥିବା ଦେଖିବାକୁ ମିଳିଛି ।

ଲିଙ୍ଗରାଜ ଦର୍ଶନ ପରେ ଖୋଲା ଜିପରେ ପ୍ରଚାର ମୈଦାନକୁ ଆସିଥିଲେ ସୁଲୋଚନା । ସମର୍ଥକଙ୍କୁ ନେଇ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ସୁଲୋଚନା ଦାସ । ୱାର୍ଡ ନମ୍ବର 56 ଓ 57ରେ ଜୋରଦାର ପ୍ରଚାର କରିଛନ୍ତି ସୁଲୋଚନା । ବରିଷ୍ଠ ନାଗରିକଙ୍କ ସହିତ ଆଲୋଚନା ଓ ପୂର୍ବତନ ଡେପୁଟି ମେୟର କେ. ଶାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି ସୁଲୋଚନା । ଏହା ସହ ବରଗଡ଼ 57 ୱାର୍ଡରେ ଦଳ ପକ୍ଷରୁ ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଅପରାହ୍ନରେ ଉତ୍ତର ବିଧାୟକ ତଥା ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ସହ 1 ନମ୍ବର ୱାର୍ଡରେ ପ୍ରଚାର କରିବେ ସୁଲୋଚନା । ସନ୍ଧ୍ୟାରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ମଧୁସୂଦନ ନଗରରେ ସୁଲୋଚନାଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ସୁଲୋଚନା କହିଛନ୍ତି ଯେ, ମହାନଗର ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ବିକାଶମୂଳକ କାମକୁ ଆଗକୁ ନେବୁ । ଲୋକଙ୍କ ସମର୍ଥନ, ଲିଙ୍ଗରାଜଙ୍କ ଆଶୀର୍ବାଦରୁ ବିଜେଡି ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ସେ ଦୃଢୋକ୍ତି ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.