ETV Bharat / city

କଣ୍ଟାବାଞ୍ଝିରେ ବିଜେଡିର ପରାଜୟ ପାଇଁ କଳିକେଶଙ୍କୁ ଦାୟୀ କଲେ ଆୟୁବ୍‌

କଣ୍ଟାବାଞ୍ଝିରେ ପରାଜୟ ପାଇଁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି ଆୟୁବ୍‌ ।

author img

By

Published : May 28, 2019, 6:35 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରକାଶ ପାଇଛି ବିଧାନସଭା ନିର୍ବାଚନ ଫଳାଫଳ । ଶପଥ ଗ୍ରହଣ ଉତ୍ସବକୁ ରହିଛି ଅପେକ୍ଷା । ତେବେ ଏହାରି ଭିତରେ ବିଜେଡିରେ ହାରିବାର କାରଣ ଖୋଜା ଚାଲିଛି । କେଉଁ ପରିସ୍ଥିତିରେ ବିଜେଡି ପ୍ରାର୍ଥୀ ପରାଜୟ ବରଣ କଲେ ତାକୁ ନେଇ ଚାଲିଛି ମାନସ ମନ୍ଥନ ।

ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ ପଞ୍ଚମଥର ପାଇଁ କ୍ଷମତା ଦଖଲ କରିଛି । ତେବେ ଦଳ ପୂର୍ବ ନିର୍ବାଚନ ତୁଳନାରେ କମ୍‌ ଆସନ ପାଇଛି । ଯେଉଁଥିପାଇଁ ଦଳର ସୁପ୍ରିମୋ ଦଳ ଖରାପ ପ୍ରଦର୍ଶନ କରିଥିବା ଆସନ ଗୁଡିକର ନେତାଙ୍କୁ ଡାକି ହାରିବାର କାରଣ ଖୋଜୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ପହଞ୍ଚି କଣ୍ଟାବାଞ୍ଝିରେ ଦଳର ପରାଜୟ ପାଇଁ କେଉଁ ପ୍ରସଙ୍ଗ ଦାୟୀ ତାହା ପୂର୍ବତନ ବିଧାୟକ ଆୟୁବ୍‌ ଖାନ୍‌ କହିଛନ୍ତି ।

ତେବେ ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଆୟୁବ୍‌ ପରୋକ୍ଷରେ କଣ୍ଟାବାଞ୍ଝିରେ ପରାଜୟ ପାଇଁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, କଳିକେଶ ଅନେକ ଲୋକଙ୍କୁ ପ୍ରାର୍ଥୀ କରିବାକୁ କଥା ଦେଇଥିଲେ । ଯାହା ପରାଜୟର ଅନ୍ୟତମ କାରଣ ।

ସୂଚନାଥାଉକି, ଚଳିତଥର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ଏଠାରୁ ଜିତିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.