ଭୁବନେଶ୍ବର: ତୈଳଦର ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା କିଛିଦିନ ମଧ୍ୟରେ ଦେଶରେ ତୈଳ ଦର ପ୍ରାୟ 20 ଟଙ୍କା ବୃଦ୍ଧି ହେବା ନେଇ ଆକଳନ କରାଯାଉଛି । ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ଶାସକ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି ।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଯୁଦ୍ଧ ଆଳରେ ତୈଳ ଦର ବୃଦ୍ଧି ଦେଶକୁ ଭୟାନକ ସ୍ଥିତିକୁ ଟାଣୁଛି । ଏଭଳି ଘଡିସନ୍ଧି ସମୟରେ ତୈଳ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ସମସ୍ୟାରେ ପକାଇବ । ଏହି ଅବସ୍ଥାରୁ ବାହାରିବା ଲାଗି କେନ୍ଦ୍ର ସରକାର ବିକଳ୍ପ ବ୍ୟବସ୍ଥା ବାହାର କରିବା ଦରକାର । ଯୁଦ୍ଧ ଆଳ ଦେଖାଇ କିମ୍ବା ଅନ୍ୟାନ୍ୟ କାରଣ ଦେଖାଇ ତୈଳ ଦର ବୃଦ୍ଧି କଲେ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ