ETV Bharat / city

ଅଗଷ୍ଟ 31ରେ ବିଜେଡି ବିଧାୟକ ଦଳ ବୈଠକ

author img

By

Published : Aug 24, 2021, 4:08 PM IST

Updated : Aug 24, 2021, 4:35 PM IST

ଅଗଷ୍ଟ 31ରେ ବିଜେଡି ବିଧାୟକ ଦଳ ବୈଠକ
ଅଗଷ୍ଟ 31ରେ ବିଜେଡି ବିଧାୟକ ଦଳ ବୈଠକ

16:05 August 24

ଅଗଷ୍ଟ 31ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ଆସନ୍ତା 31 ତାରିଖ ଅପରାହ୍ନରେ ବସିବ ବିଜେଡିର ବିଧାୟକ ଦଳ ବୈଠକ । ବିଜେଡି ବିଧାୟକ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର 54 ନମ୍ବର ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହେବ । 

ଆସନ୍ତା ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀଙ୍କ ହାତରେ ରହିଛି ମାଳମାଳ ଅଭିଯୋଗ । ଏହାକୁ ଚେକ୍ ଦେବା ଲାଗି ଶାସକ ଦଳ ବିଜେଡି ପକ୍ଷରୁ ପ୍ରସ୍ତୁତ ହେବ ରଣନୀତି । ଓଡିଶା ଷ୍ଟାଫ ସିଲେକ୍ସନରେ ଦୁର୍ନୀତି, ବିଦ୍ୟୁତ ଦର ବୃଦ୍ଧି, ଧାନ କିଣାରେ ଅବ୍ୟବସ୍ଥା ଭଳି ମାଳମାଳ ପ୍ରସଙ୍ଗ ବିରୋଧୀଙ୍କ ହାତରେ ରହିଛି । ଏହିସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠେଇବେ ତାହାର ସମ୍ମୁଖୀନ ପାଇଁ ବୈଠକରେ ପ୍ଲାନ କରିବ ଶାସକ ଦଳ ବିଜେଡି ।

ସେପ୍ଟେମ୍ବର ୧ରୁ ଅଧିବେଶନ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟ ଦିବସ ରହିଛି । ୫ ତାରିଖ ରବିବାର ଛୁଟି ରହିବ । ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 24, 2021, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.