ETV Bharat / city

Banapur Violence: ଚିଲିକା ବିଧାୟକଙ୍କ ବିରୁଦ୍ଧରେ BJDର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି - ବାଣପୁର ହିଂସାକାଣ୍ଡକୁ ନେଇ ବିଜେଡ଼ିର ପ୍ରେସମିଟ

ଖୋର୍ଦ୍ଧା ବାଣପୁର ହିଂସାକାଣ୍ଡକୁ ନେଇ ବିଜେଡ଼ି କରିଛି ପ୍ରେସମିଟ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ଅଧିକ ପଢନ୍ତୁ

Banapur Violence: ଚିଲିକା ବିଧାୟକଙ୍କ ବିରୁଦ୍ଧରେ BJDର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Mar 12, 2022, 3:37 PM IST

ଭୁବନେଶ୍ବର: ଖୋର୍ଦ୍ଧା ବାଣପୁର ହିଂସାକାଣ୍ଡ ଘଟଣାରେ ବିଜେଡ଼ି କରିଛି ସାମ୍ବାଦିକ ସମ୍ମିଳନୀ । ଚିଲିକା ବିଧାୟକ ଯେଉଁ ପ୍ରକାର ବର୍ବାରୋଚିତ କାଣ୍ଡ ଘଟାଇଛନ୍ତି ବିଜେଡି ତାକୁ ନିନ୍ଦା କରୁଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ବାଣପୁର ହିଂସାକାଣ୍ଡ ଘଟଣାରେ ପାଖାପାଖି ୨୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ସାମ୍ବାଦିକ, ସାଧାରଣ ଲୋକ ଓ ପୋଲିସ କର୍ମଚାରୀ ।

Banapur Violence: ଚିଲିକା ବିଧାୟକଙ୍କ ବିରୁଦ୍ଧରେ BJDର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁରରେ ଭିଡ଼ ଉପରେ ଗାଡ଼ି ଚଢାଇ ଦେଇଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣା ଉପରେ ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବର୍ବାରୋଚିତ କାଣ୍ଡ ଘଟାଇବା ଦୁର୍ଭାଗ୍ୟଜନକ । ପୋଲିସ ଏବଂ ପ୍ରଶାସନ ଆଇନ ଅନୁସାରେ ଦୃଢତାର ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପୂର୍ବରୁ ଏପରି ବ୍ୟବହାର ପାଇଁ ବିଜେଡିରୁ ଅନେକ ନେତା ନିଲମ୍ବିତ ହୋଇଛନ୍ତି । ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ସେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହା ବି ପଢନ୍ତୁ: ଖୋର୍ଦ୍ଧାରେ ଖେରୀ ପୁନରାବୃତ୍ତି, ଭିଡ ଉପରେ ଗାଡି ମଡାଇଦେଲେ ଚିଲିକା ବିଧାୟକ

ପୋଲିସ ଦୃଢତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ କହିଛନ୍ତି । ଏହା ଏକ ଲୋମହର୍ଷଣକାରୀ ଘଟଣା । ଯେତେ ନିନ୍ଦା କଲେ ବି କମ ହେବ ବୋଲି ସେ କହିଛନ୍ତି । ତେବେ ସୂଚନା ଥାଉ କି ଆଜି(ଶନିବାର) ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଜାରି ରହିଥିବା ବେଳେ ସେଠାରେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ । ଭିଡ଼ ଉପରେ ଗାଡ଼ି ଚଢାଇଦେବା ପରେ ଘଟଣାସ୍ଥଳରେ 10 ପୋଲିସ କର୍ମଚାରୀଙ୍କ ସହ ଅନ୍ୟ 6 ଜଣ ସାଧାରଣ ଲୋକ ଆହତ ହୋଇଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

ଘଟଣା ଘଟିବା ପରେ ଏହା ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଘଟଣାର ପୁନରାବୃତ୍ତି ବୋଲି କୁହାଯାଇଛି । ଏହି ଘଟଣାକୁ ଅନେକ ନିନ୍ଦା କରିଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.