ETV Bharat / city

ଦ୍ରୌପଦୀଙ୍କ ପାଇଁ ସମର୍ଥନ ଯୋଗାଡ଼ ଅଭିଯାନ: ତାରା ବାହିନୀପତିଙ୍କୁ ଭେଟିଲେ BJD ନେତା

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ଗୋଟାଇବାରେ ଲାଗିଛି ବିଜେଡି । ବୁଧବାର ବିଜେଡିର କିଛି ନେତା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଭେଟି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 7, 2022, 1:43 PM IST

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଭେଟିଲେ ବିଜେଡ଼ି ନେତା

ଭୁବନଶ୍ବର: NDAର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥ କରିବାକୁ ବିଜେଡି କେବଳ ଘୋଷଣା କରିନାହିଁ । ବରଂ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବାରେ ଲାଗିଛି । ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଦଳର ବିଧାୟକଙ୍କୁ ଅନୁରୋଧ କରିଥିଲେ । ଏହିକ୍ରମରେ ବୁଧବାର ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତିଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର, ବିଧାୟକ ଧୂର୍ବ ସାହୁ ଓ ରମେଶ ଚନ୍ଦ୍ର ବେହେରା ।

ଦ୍ରୌପଦୀଙ୍କ ପାଇଁ ସମର୍ଥନ ଯୋଗାଡ଼ରେ ଲାଗିଛି ବିଜେଡି: କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଭେଟିଲେ ବିଜେଡ଼ି ନେତା

ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିବେଦନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଆସିଥିବା ବାର୍ତ୍ତା ଦେଇଛନ୍ତି । ବିପୁଳ ଭୋଟ ଦେଇ ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ବିଜେଡି ବିଧାୟକମାନେ ବିଧାୟକ ତାରା ବାହିନୀପତିଙ୍କୁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ଦେବାପାଇଁ କଂଗ୍ରେସ ବିଧାୟକଙ୍କୁ ମନାଇବାରେ ଲାଗିଛନ୍ତି ବିଜେଡି ନେତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.